ସ୍ମାର୍ଟ ଫୋନ ନଥିଲେ ବି କରିପାରିବେ ଟିକା ପାଇଁ ପଞ୍ଜିକରଣ, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସ୍ମାର୍ଟ ଫୋନ୍ ନଥିଲେ ମଧ୍ୟ କୋଭିଡ୍ ଟିକା ପାଇଁ ନାମ ପଞ୍ଜିକରଣ କରାଯାଇପାରିବ । ଏକଥା କହିଛନ୍ତି କୋୱିନ୍ ଚିଫ୍ । ନ୍ୟାସନାଲ ହେଲଥ ଅଥରିଟି ଚିଫ୍ ଏକଜିକ୍ୟୁଟିଭ ଅଫିସର ଏବଂ କୋୱିନ୍ ଚିଫ୍ ଆର ଏସ୍ ଶର୍ମା ଶନିବାର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦେଶର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ କୋଭିଡ ଟିକା ପାଇଁ ନିକଟସ୍ଥ କମନ୍ ସର୍ଭିସ ସେଣ୍ଟରରେ ନାମ ପଞ୍ଜୀକରଣ କରିପାରିବେ ।

ସେମାନଙ୍କ ପାଖରେ ସ୍ମାର୍ଟ ଫୋନ୍ ନଥିଲେ ମଧ୍ୟ ନାମ ପଞ୍ଜୀକରଣ କରିପାରିବେ । ଦେଶରେ ଥିବା ସମସ୍ତ କମନ ସର୍ଭିସ ସେଣ୍ଟର ଆକ୍ଟିଭେଟ୍ କରାଯାଇଛି । ସ୍ଲଟ୍ ଅଛି । ଲୋକମାନେ ସେମାନଙ୍କ ପଞ୍ଚାୟତ ଅଫିସକୁ ଆସି ଟିକା ପାଇଁ ନାମ ପଞ୍ଜିକରଣ କରିପାରିବେ । ସ୍ମାର୍ଟ ଫୋନ୍ ନଥିଲେ ମଧ୍ୟ ଲୋକମାନେ ନାମ ପଞ୍ଜିକରଣ ପାଇଁ ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବର ୧୦୭୫କୁ ଫୋନ୍ କରିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’