Masthead

ପୂର୍ତ୍ତ ବିଭାଗ ଜାଗରେ ନିର୍ମାଣ କରୁଛି ଗ୍ରାମ ପଞ୍ଚାୟତ ବିଭାଗ

ବିଂଝାରପୁର (ବଡ଼ ଖବର ବ୍ୟୁରୋ): ବେଆଇନ ଭାବରେ ଚାଲିଛି ଯାତ୍ରୀ ବିଶ୍ରାମଗାର । ପୂର୍ତ୍ତ ବିଭାଗ ଜାଗରେ ନିର୍ମାଣ କରୁଛି ଗ୍ରାମ ପଞ୍ଚାୟତ ବିଭାଗ । ଏହାକୁ ନେଇ ଦେଖିବାକୁ ମିଳିଛି ପ୍ରବଳ ଅସନ୍ତୋଷ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ରଣପୁର ପଞ୍ଚାୟତ ଅଧୀନସ୍ଥ ନିର୍ମାଣ ହେଉଥିବା ଯାତ୍ରୀ ବିଶ୍ରାମଗାର । ଏହି ଜାଗା ହେଉଛି ବିଂଝାରପୁର ପୂର୍ତ୍ତ ବିଭାଗର କିନ୍ତୁ ରଣପୁର ପଞ୍ଚାୟତ କାହାଠୁ କୌଣସି ଅନୁମତି ନ ନେଇ ମନମୁଖୀ ନିର୍ମାଣ କାର୍ଯ୍ୟ ଜାରିରଖିଛି । ଅଂଚଳବାସୀଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁନାହାନ୍ତି ଯାହାର ଫଳରେ ନିମ୍ନମାନର କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏହା ଛଡା ସେଠାରେ ମଦ୍ୟପମାନଙ୍କ ଆଡ଼ାସ୍ଥଳୀ ହୋଇଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚି ମଧ୍ୟ ସୃଷ୍ଟି ହେଉଛି । ଏ ନେଇ ସ୍ଥାନୀୟ ଅଂଚଳବାସୀମାନେ ବିଂଝାରପୁର ଗୋଷ୍ଠୀ ଉନୟନ ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ତେଣୁ ଲୋକମାନଙ୍କ ଦାବି ଅନୁଯାୟୀ ଏହାର ତଦନ୍ତ କରି ଯଥାଶୀଘ୍ର ଏ କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ