Before Header

ସରକାର ଭାଙ୍ଗିବାକୁ ହୋଇଥିଲା ପ୍ରୟାସ: ବ୍ୟୋମକେଶ ରାୟ

0 290

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବି ହୋଇଥିଲା ଅପରେସନ ଲୋଟସ୍ । ସରକାର ଭାଙ୍ଗିବାକୁ ହୋଇଥିଲା ପ୍ରୟାସ । ବିଧାନସଭା ଭିତରେ ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ପିସି କାରବାରକୁ ନେଇ ଗୃହରେ ଚାଲିଥିଲା ସରଗରମ ଆଲୋଚନା । ଠିକ୍ ଏତିକିବେଳେ ଏମିତି ବିସ୍ଫୋରକ ବୟାନ ଦେଇଥିଲେ ଚାନ୍ଦବାଲିର ବିଧାୟକ ।

ବ୍ୟୋମକେଶ କହିଥିଲେ, ବିଜେଡି ସରକାର ଭାଙ୍ଗିବାକୁ ବିଜେପି ଚେଷ୍ଟା କରିଥିଲା । କିନ୍ତୁ ସେଥିରେ ସଫଳ ହୋଇପାରିନି । ତେବେ କେବେ ଏଭଳି ଅପରେସନ ହୋଇଥିଲା, ବିଜେଡିର କେଉଁ କେଉଁ ବିଧାୟକଙ୍କୁ ବିଜେପି ଟାର୍ଗେଟ କରିଥିଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ରଖି ନ ଥିଲେ ବ୍ୟୋମକେଶ ।

Leave A Reply

Your email address will not be published.