ପୂଜା ପାଉଛନ୍ତି ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଦିବ୍ୟ ଦର୍ଶନ ଦେଉଛନ୍ତି ମା’ କାଳୀ । ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ଆରାଧ୍ୟ ଦେବୀ ମା’ ଦକ୍ଷିଣକାଳୀ । ଚାନ୍ଦବାଲି ବ୍ଲକରେ ଦକ୍ଷିଣକାଳୀ ସାଙ୍ଗକୁ ଘଂଟେଶ୍ୱର ଶ୍ୟାମା କାଳୀ ଓ କେଶରପୁରରେ ମା’ ରକ୍ଷାକାଳୀଙ୍କୁ ମଧ୍ୟ ବଡ଼ ଧୁମଧାମରେ ପୂଜା କରାଯାଉଛି । ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ମାହୋଲା । ମନ ମୋହୁଛି ଆକର୍ଷଣୀୟ ତୋରଣ ସାଙ୍ଗକୁ ମୀନାବଜାର । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆରାଧ୍ୟ ଦେବୀ ମା ଦକ୍ଷିଣେଶ୍ଵରୀ କାଳୀଙ୍କ ପୀଠରେ ଆରମ୍ଭ ହୋଇଛି କାଳୀଙ୍କ ପୂଜା । ଦୀର୍ଘ ୧୨ ଦିନ ଧରି ଗଣପର୍ବ ଭାବେ ଏହି ପୂଜାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ପୀଠ ହୋଇଛି ଉତ୍ସବମୁଖର। ଓଡ଼ିଶା ନୌ ବାଣିଜ୍ୟ ବନ୍ଦର ନଗରୀରେ ଶୋଭା ପାଉଛି ଐତିହ୍ୟ ସମ୍ପର୍ଣ୍ଣ ଦକ୍ଷିଣେଶ୍ଵରୀ ମା କାଳୀଙ୍କ ପୀଠ। ଏଠି ଐତିହ୍ୟ କିମ୍ବଦନ୍ତୀ କୁହେ ସତେ ଯେମିତି ଖ୍ୟାତି ସଂପନ୍ନ ବନ୍ଦର ନଗରୀ ପାଇଁ ନୁହେଁ ମା ଦକ୍ଷିଣେଶ୍ଵରୀ କାଳୀଙ୍କ ପୂଜା ପାଇଁ ଆଜି ସାରା ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଭଦ୍ରକ କାଳୀଙ୍କ ପରେ ଚାନ୍ଦବାଲି ମା ଦକ୍ଷିଣେଶ୍ଵରୀ କାଳୀ ଦ୍ଵିତୀୟ ସ୍ଥାନରେ ପ୍ରସିଦ୍ଧି ଲାଭ କରିଛି।ସେହିପରି ଘଣ୍ଟେଶ୍ୱରରେ ଶ୍ୟାମାକାଳୀ ଏବଂ କେଶରପୁରରେ ରକ୍ଷାକାଳୀ ପୂଜାଧୁମଧାମରେ ପାଳନ ହେଉଛି, ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ବେସ ଆକର୍ଷଣ କରୁଛି । ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡା ଗ୍ରାମରେ ମା ଦକ୍ଷିଣେଶ୍ଵରୀ କାଳୀ ବିଜେ କରିଛନ୍ତି। ମା ଙ୍କ ପୀଠ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୀଠ ଭାବେ ମା ଦକ୍ଷିଣେଶ୍ଵରୀ କାଳୀ ସଵୁ ଆଡ଼େ ଜଣାଶୁଣା। ମା’ଙ୍କ ଅଵସ୍ଥିତ କେଉଁ କାଳରୁ ତାହା ମଧ୍ୟ ଅବର୍ଣ୍ଣନୀୟ ।

କାଳୀ ପୂଜା ଏହି ଅଞ୍ଚଳରେ ଏକ ଗଣପର୍ବ । ଯେଉଁଠି ଦୀର୍ଘଦିନର ଗଣ ପର୍ବକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପାଳିତ କରିଥାନ୍ତି । ଚାନ୍ଦବାଲି ଅଞ୍ଚଳ ପାଇଁ ଶାନ୍ତି ମୈତ୍ରୀ ସଂହତିର ଏହା ତୀର୍ଥ ମାଟି। ମହାନ ତୀର୍ଥ ମାଟିକୁ ୧୮୮୮ ମହିହାରେ ରାମକୃଷ୍ଣ ପତ୍ନୀ ମା ଶାରଦା ଦେବୀଙ୍କ ଭ୍ରମଣ ବେଳେ ମା କାଳୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରା ଯାଇଥିଲା। ଏବେ ଏହି ମା’ଙ୍କ ପ୍ରତିମୂର୍ତ୍ତି ଜୀବନ୍ତ ପଥରରେ ଅଵସ୍ଥିତ ହୋଇ ସାରା ଅଞ୍ଚଳର ଭାଗ୍ୟର ନିର୍ମାତା ହୋଇଛନ୍ତି। ମା’ଙ୍କ ପୂଜା ପାଇଁ ଆଜି ପୀଠ ଚଳଚଞ୍ଚଳ ହୋଇଛି। ମନ୍ଦିରର ପାର୍ଶ୍ଵ ମୂର୍ତ୍ତି ଗୁଡିକ ଜୀବନ୍ତ ହେବାକୁ ଯାଉଛି। ଦର୍ଶକଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ରାମ ଦୋଳି,ଚରକୀ ଏଵଂ ବିଭିନ୍ନ ଷ୍ଟଲ୍ , ବାହାର ରାଜ୍ୟରୁ ଦୋକାନ ବଜାର କରାଯାଉଛି। ରଙ୍ଗିନ୍ ଆଲୁଅ ସହିତ ଉଚ୍ଚ ତୋରଣ ବଡ଼ ବଡ଼ ଲାଇଟ୍ ଗେଟ୍ ସଜ୍ଜିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ପୂଜାକୁ ଶାନ୍ତି ଶୃଙ୍ଖଳାରେ କରିବା ପାଇଁ ମନ୍ଦିର ପରିଚାଳନା କମିଟି ସହିତ ସ୍ଥାନୀୟ ପୋଲିସ ବିଭାଗ , ସ୍ଵାସ୍ଥ୍ୟ, ବିଜୁଳି, ପରିମଳ ଏଵଂ ଅଗ୍ନିସମ ବିଭାଗ ସଜାଗ ରହିଛି । ଭକ୍ତମାନଙ୍କ ସମାଗମକୁ ଶାନ୍ତିପୂର୍ଣ୍ଣ ଭାବେ ଗହଳି ଚହଳିର ସୂରକ୍ଷା ପାଇଁ ଅସ୍ଥାୟୀ ପୋଲିସ ଫାଣ୍ଡିର ରହିଛି। ସିସିଟିଭି ମଧ୍ୟ ମା କାଳୀ କମିଟି ତରଫରୁ ଚାରିଆଡ଼େ ଲଗା ଯାଇଛି। ଏହି ପୂଜାରେ ଭଦ୍ରକ ଜିଲ୍ଲା ବ୍ୟତିତ କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରୁ କାଳୀଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ ଭକ୍ତଙ୍କ ସମାଗମ କରିଥାନ୍ତି। ଛୁଞ୍ଚି ଠାରୁ ଆରମ୍ଭ କରି ଘର କରଣା ଜିନିଷ ପତ୍ର ଏହି ଯାତ୍ରାରୁ ଦର୍ଶକମାନେ କିଣା କିଣି କରିଥାଆନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’