Masthead

କାଢ଼ା ପିଅନ୍ତୁ, ସୁସ୍ଥ ରୁହନ୍ତୁ

କରୋନା ମହାମାରୀ ସମୟରେ ଯଦି କୌଣସି ସ୍ୱାସ୍ଥ୍ୟପାନୀୟ କୁ ସବୁଠୁ ଅଧିକ ଧ୍ୟାନ ଦିଆଯାଉଛି ତେବେ ତାହା ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା କାଢ଼ା। ଏପରିକି ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଆୟୂର୍ବେଦିକ କାଢ଼ାକୁ ସେବନ କରିବା ପାଇଁ ପରାମର୍ଶ ଦେଉଛି।

ଏହି ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା କାଢ଼ାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ଏହାକୁ ଘରେ ମଧ୍ୟ ସହଜରେ ପ୍ରସ୍ତୁତ କରାଯାଇ ପାରିବ। ଏଥିପାଇଁ ଯେଉଁ ଯେଉଁ ଜିନିଷର ଆବଶ୍ୟକତା ପଡ଼ିବ, ସେଗୁଡ଼ିକ ହେଉଛି-
୧ଚାମଚ ଗୋଲ ମରିଚ, ୧ଚାମଚ ଲବଙ୍ଗ, ଅଧ କପ୍ ହଳଦୀ ଟୁକୁରା, ଅଧ କପ୍ ବଡ଼ ଅଳେଇଚ, ୧ ଚାମଚ କିସମିସ୍, ଡାଲଚିନି ଏକ ଟୁକୁରା, ୫-୬ ଟି କଟା ଅଦା, ୫-୬ଟି ତୁଳସୀ ପତ୍ର ଓ ସ୍ୱାଦ ଅନୁସାରେ ଗୁଡ଼ ।

ପ୍ରସ୍ତୁତି ପ୍ରଣାଳୀ-
ଏକ ଗ୍ଲାସ ପାଣିକୁ ଭଲ ଭାବରେ ଗରମ କରନ୍ତୁ। ପାଣି ଫୁଟିବା ପରେ ଲବଙ୍ଗ, ଗୋଲମରିଚ, ଅଳେଇଚ, ଅଦା ଏବଂ ସ୍ୱାଦ ଅନୁସାରେ ଗୁଡ଼ ପକାନ୍ତୁ। କିଛି ସମୟ ପରେ ତୁଳସୀ ପତ୍ର ମଧ୍ୟ ଏଥିରେ ପକାନ୍ତୁ। ତେବେ ପାଣିର ମାତ୍ରା ଫୁଟି ଫୁଟି ଅଧା ହୋଇଗଲେ ଓହ୍ଲାଇ, କାଢ଼ାକୁ ଛାଣି ଦିଅନ୍ତୁ ଏବଂ ଗରମ ଗରମ ପିଅନ୍ତୁ।

ଡାକ୍ତରଙ୍କ କହିବା ଅନୁସାରେ କାଢ଼ାରେ ରୋଗ ପ୍ରତିରୋଧକ ଶକ୍ତି କୁ ମଜବୁତ କରିବାର କ୍ଷମତା ରହିଥାଏ। ଏହା ସହିତ ଏହା କରୋନା ଭାଇରସର ପ୍ରମୁଖ ଲକ୍ଷଣ ଥଣ୍ଡା,କାଶ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଫଳରେ ଏହି କାଢ଼ା କରୋନା ଭାଇରସ୍ ସଂକ୍ରମଣକୁ ଠିକ୍ କରିବାରେ ସହାୟକ ହୋଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା