Masthead

କାଢ଼ା ପିଅନ୍ତୁ, ସୁସ୍ଥ ରୁହନ୍ତୁ

କରୋନା ମହାମାରୀ ସମୟରେ ଯଦି କୌଣସି ସ୍ୱାସ୍ଥ୍ୟପାନୀୟ କୁ ସବୁଠୁ ଅଧିକ ଧ୍ୟାନ ଦିଆଯାଉଛି ତେବେ ତାହା ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା କାଢ଼ା। ଏପରିକି ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଆୟୂର୍ବେଦିକ କାଢ଼ାକୁ ସେବନ କରିବା ପାଇଁ ପରାମର୍ଶ ଦେଉଛି।

ଏହି ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା କାଢ଼ାକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ଏହାକୁ ଘରେ ମଧ୍ୟ ସହଜରେ ପ୍ରସ୍ତୁତ କରାଯାଇ ପାରିବ। ଏଥିପାଇଁ ଯେଉଁ ଯେଉଁ ଜିନିଷର ଆବଶ୍ୟକତା ପଡ଼ିବ, ସେଗୁଡ଼ିକ ହେଉଛି-
୧ଚାମଚ ଗୋଲ ମରିଚ, ୧ଚାମଚ ଲବଙ୍ଗ, ଅଧ କପ୍ ହଳଦୀ ଟୁକୁରା, ଅଧ କପ୍ ବଡ଼ ଅଳେଇଚ, ୧ ଚାମଚ କିସମିସ୍, ଡାଲଚିନି ଏକ ଟୁକୁରା, ୫-୬ ଟି କଟା ଅଦା, ୫-୬ଟି ତୁଳସୀ ପତ୍ର ଓ ସ୍ୱାଦ ଅନୁସାରେ ଗୁଡ଼ ।

ପ୍ରସ୍ତୁତି ପ୍ରଣାଳୀ-
ଏକ ଗ୍ଲାସ ପାଣିକୁ ଭଲ ଭାବରେ ଗରମ କରନ୍ତୁ। ପାଣି ଫୁଟିବା ପରେ ଲବଙ୍ଗ, ଗୋଲମରିଚ, ଅଳେଇଚ, ଅଦା ଏବଂ ସ୍ୱାଦ ଅନୁସାରେ ଗୁଡ଼ ପକାନ୍ତୁ। କିଛି ସମୟ ପରେ ତୁଳସୀ ପତ୍ର ମଧ୍ୟ ଏଥିରେ ପକାନ୍ତୁ। ତେବେ ପାଣିର ମାତ୍ରା ଫୁଟି ଫୁଟି ଅଧା ହୋଇଗଲେ ଓହ୍ଲାଇ, କାଢ଼ାକୁ ଛାଣି ଦିଅନ୍ତୁ ଏବଂ ଗରମ ଗରମ ପିଅନ୍ତୁ।

ଡାକ୍ତରଙ୍କ କହିବା ଅନୁସାରେ କାଢ଼ାରେ ରୋଗ ପ୍ରତିରୋଧକ ଶକ୍ତି କୁ ମଜବୁତ କରିବାର କ୍ଷମତା ରହିଥାଏ। ଏହା ସହିତ ଏହା କରୋନା ଭାଇରସର ପ୍ରମୁଖ ଲକ୍ଷଣ ଥଣ୍ଡା,କାଶ ଏବଂ ମୁଣ୍ଡବ୍ୟଥା ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଫଳରେ ଏହି କାଢ଼ା କରୋନା ଭାଇରସ୍ ସଂକ୍ରମଣକୁ ଠିକ୍ କରିବାରେ ସହାୟକ ହୋଇଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା