Masthead

କୋପା ଆମେରିକା କପ୍: ଚାମ୍ପିଅନ ଆର୍ଜେଣ୍ଟିନା

(ବଡ଼ ଖବର ବ୍ୟୁରୋ): କୋପା ଆମେରିକା କପରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଦୀର୍ଘ ୨୮ ବର୍ଷ ପରେ ଲିୟୋନଲ ମେସୀଙ୍କ ନେତୃତ୍ୱରେ ଚାମ୍ପିଅନ ହେଲା ଆର୍ଜେଣ୍ଟିନା । ଶନିବାର ଖେଳାଯାଇଥିବା ଏହି ମୁକାବିଲାରେ ଆର୍ଜେଣ୍ଟିନା ବ୍ରାଜିଲକୁ ୧-୦ ଗୋଲରେ ହରାଇ ଟାଇଟଲ୍ ହାସଲ କରିଛି । ଏହାସହ ୧୫ ଥର ଏହି ଟାଇଟସ ଜିତି ରେକର୍ଡ କରିଛି ।

ଆର୍ଜେଣ୍ଟିନା ପକ୍ଷରୁ ଆଞ୍ଜେଲ ଡି ମାରିୟା ଗୋଟିଏ ଗୋଲ କରିଥିଲେ । ଡି ମାରିଆ ଖେଳର ୨୨ ତମ ମିନିଟରେ ପ୍ରତିପକ୍ଷକୁ ଗୋଲ୍ ଦେଇଥିଲେ । ଦଳର ଷ୍ଟାର ଫୁଟବଲର ଲିୟୋନଲ ମେସୀଙ୍କ ପାଇଁ ଏହି ଟାଇଟଲ ଖାସ ଅଟେ । କାରଣ ମେସୀ ବିଭିନ୍ନ କ୍ଲବ ପକ୍ଷରୁ ଖେଳି ଟାଇଟଲ ଜିତିଥିଲେ ମଧ୍ୟ ନିଜ ଦେଶକୁ କୌଣସି ବଡ ଟାଇଟଲ ଜିତାଇ ନଥିଲେ । ଏହି ଫାଇନାଲ ମୁକାବିଲାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ସାମ୍ନାସାମ୍ନି ହୋଇଥିଲେ । ଲିୟୋନଲ ମେସୀଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୧୫ ଓ ୨୦୧୬ରେ ଦୁଇଥର ଫାଇନାଲରେ ପହଁଚିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା