Masthead

ଖାଆନ୍ତୁ ଏହି ଖାଦ୍ୟ: କରୋନା ବିରୋଧରେ ଲଢିବ ଶରୀର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଚାରିଆଡ଼େ କ୍ଷୀପ୍ରଗତିରେ ମାଡ଼ି ଚାଲିଛି । ଅନେକ ରୋଗୀ ଏବେ ସଙ୍ଗରୋଧରେ ରହିଛନ୍ତି । ତେବେ ଯେଉଁମାନେ ସଂକ୍ରମିତ ହୋଇ ସ୍ୱାଭାବିକ ଅବସ୍ଥାରେ ଘରେ ରହି ଚିକିତ୍ସିତ ହେଉଛନ୍ତି , ସେମାନେ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ନଖାଇ ଉତ୍ତମ ଭାବେ ଘରେ ତିଆରି କରି ଖାଦ୍ୟ ଖାଆନ୍ତୁ । ପ୍ରତି ଦୁଇ ଘଣ୍ଟାକୁ ଥରେ ଓଆରଏସ ପାଣି ପିଅନ୍ତୁ । ଏହାଦ୍ୱାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ହୋଇ ରହିବ । ସେହିପରି ଏହି ସମୟରେ ଅଧିକ ଚିନ୍ତାଗ୍ରସ୍ତ ହୁଅନ୍ତୁ ନାହିଁ । ମନରେ କୌଣସି ଆଶଙ୍କା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ରୋଗ ପ୍ରତିରୋଧକ ଶକ୍ତି, ବିଭିନ୍ନ ରୋଗ କବଳରୁ ଆମ ଶରୀରକୁ ରକ୍ଷା ଦେଇଥାଏ । ଆଉ କରୋନା ସମୟରେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହିଁ ଆମକୁ ଭାଇରସ କବଳରୁ ସୁରକ୍ଷା ଦେଇଥାଏ ।

ତେବେ ଆମ ଶରୀରରେ ଥିବା ଏହି ରୋଗ ପ୍ରତିରୋଧକ ଶକ୍ତି ଗୋଟଏ ଦିନ ବା ସପ୍ତାହ ମଧ୍ୟରେ ସୃଷ୍ଟି ହୁଏନି । ଉତ୍ତମ ଓ ସନ୍ତୁଳିତ ଖାଦ୍ୟ ଓ ନିୟମିତ ବ୍ୟାୟାମ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଆଉ ଖାଦ୍ୟ ମାଧ୍ୟମରେ ଆମେ ଆମେ ରୋଗ ପ୍ରତିରୋଧକ ଶକ୍ତି ବହୁଗୁଣିତ କରିପାରିବା । କୋଭିଡ ବିରୋଧରେ କିଛି ପ୍ରତିରୋଧକ ଶକ୍ତି ହେଉଛି ଭିଟାମିନ ସି, ଡି, ଏବଂ ଇ । ତେବେ ଆମେ ଖାଉଥିବା ଖାଦ୍ୟ ମଧ୍ୟରୁ କ୍ୟାପସିକମ, ସଜନା ଶାଗ, କୋଶଳା ଶାଗ, କଞ୍ଚାଲଙ୍କା, କମଳା, ଅଁଳା, ପିଜୁଳି, ଲେମ୍ବୁ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଛି । ସେହିପରି ଭିଟାମିନ ଡି ପାଇଁ ସୂର୍ଯ୍ୟକିରଣ, କ୍ଷୀର ଜାତୀୟ ଖାଦ୍ୟ, ଇଲିଶି, ସମୁଦ୍ର ମାଛରୁ ମିଳୁଥିବା କଡ଼ଲିଭର ତେଲରୁ ମିଳିଥାଏ । ବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, କଖାରୁ ଆଦିରୁ ଭିଟାମିନ-ଇ ମିଳିଥାଏ ।

ତେଣୁ ଏହି ଖାଦ୍ୟକୁ ଆମ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ । ଏହାଛଡ଼ା ହଳଦୀ, ଲବଙ୍ଗ, ଗୁଜୁରାତି, ଅଦା, ଗୋଲମରିଚ, ତୁଳସୀ ଆଦିରେ କାଢ଼ା ପ୍ରସ୍ତୁତ କରି ପିଇବା ଆବଶ୍ୟକ । ତେବେ ଏହି ସମୟରେ ମାନସିକ ଦୁଶ୍ଚିନ୍ତାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ । ସେହିପରି ପରିଷ୍କାର ପରିଚ୍ଛନ୍ନତା, କରୋନା ଗାଇଡ଼ଲାଇନ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ । ଏସବୁ କରିବା ଦ୍ୱାରା କରୋନା ଠାରୁ ନିଜକୁ ସୁରକ୍ଷିତ ରଖିପାରିବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ