Masthead

୨୦୦୭ରେ ସୋନିଆଙ୍କ ସମ୍ପତ୍ତି ଜବରଦଖଲ କରିଥିଲା ଅତିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବେଆଇନଭାବେ ମୂଲ୍ୟବାନ ଜମି ଦଖଲ ମାଫିଆରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶର ଆତିକ୍ ଅହମ୍ମଦର ଥିଲା ସଉକ୍ । ଏଥିପାଇଁ ସେ ଯାହା ଚାହୁଥିଲା, ତାହା କରୁଥିଲା । ତେବେ ଅନେକ ଜାଣି ନାହାନ୍ତି ସେ ଏଆଇସିସିର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଛାଡିନଥିଲା । କେନ୍ଦ୍ରରେ ୟୁପିଏ ସରକାର ଥିବା ବେଳେ ସୋନିଆଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ମଧ୍ୟ ଜବରଦଖଲ କରିଥିଲା ଅତିକ୍ । ସୋନିଆ ଗାନ୍ଧୀଙ୍କ ବହୁ ସମ୍ପର୍କୀୟ ପ୍ରୟାଗରାଜରେ ରହୁଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ଶ୍ୱଶୁର ଫିରୋଜ ଗାନ୍ଧୀଙ୍କ ପରିବାରର ଭୋରା ଗାନ୍ଧୀ । ପ୍ରୟାଗରାଜର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ଭୋରା ଗାନ୍ଧୀଙ୍କ ମୂଲ୍ୟବାନ ଜମିକୁ ଅତିକ୍ ଜବରଦଖଲ କରିଥିଲା । ଏହା ଥିଲା ୨୦୦୭ର କଥା । ସେତେବେଳେ କେନ୍ଦ୍ରରେ ଥିଲା ଉପା ସରକାର । ଆଉ ଅତିକ୍ ଫୁଲପୁରର ସାଂସଦ ।

ତାଙ୍କ ଦଳ ସମାଜବାଦି ପାର୍ଟି ଉତ୍ତରପ୍ରଦେଶରେ କ୍ଷମତାରେ ଥିବାରୁ ଭୋରା ଗାନ୍ଧୀଙ୍କୁ କେହି ସହଯୋଗ କରିନଥିଲେ । ବାଧ୍ୟ ହୋଇ ଦେ ବୋହୂ ସୋନିଆଙ୍କ ସହଯୋଗ ଲୋଡିଥିଲେ । ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସାହାଯ୍ୟ କରିବାକୁ କେହି ଆଗକୁ ଆସିନଥିଲେ । ବ୍ୟସ୍ତ ହୋଇପଡିଥିଲେ ସୋନିଆ । ତକ୍ରାଳୀନ ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଜଣାଇଥିଲେ । ମାତ୍ର ସୁଫଳ ନପାଇବାରୁ ତତ୍କାଳୀନ ୟୁପି କଂଗ୍ରେସ ସଭାପତି ରୀତା ମହୁଗୁଣା ଯୋଗୀଙ୍କ ସହଯୋଗ ଲୋଡିଥିଲେ । ରୀତା ବହୁଗୁଣା ଯୋଗୀ ଜିଲ୍ଲା ପ୍ରଶାସନର ସହଯୋଗରେ ଭୋରା ଗାନ୍ଧୀଙ୍କୁ ତାଙ୍କ ସମ୍ପତ୍ତି ଫେରାଇଥିଲେ । ନିଜକୁ ଧିକାର କରିଥିଲା ଅତିକ୍ । ପ୍ରୟାଗରାଜରେ ଥିବା ଭୋରାଙ୍କ ଅନ୍ୟ ସମ୍ପତ୍ତି ଉପରେ ଅତିକ ଆଖି ପକାଇଥିଲା । ଫିରୋଜ ଗାନ୍ଧୀଙ୍କ ପରିବାରର ସଦସ୍ୟମାନଙ୍କ ଭିତରେ ସମ୍ପତ୍ତି ବଣ୍ଟନ ବେଳେ ଏମଜି ମାର୍ଗରେ ଅବସ୍ଥିତ ପ୍ୟାଲେସ୍ ଥିଏଟର ଓ ଏହା ପଛରେ ଥିବା ଜମି ଭେରା ଗାନ୍ଧୀଙ୍କ ଭାଗରେ ପଡିଥିଲା । ଏହି ଜମି ପାଖରେ ଆସ୍ଥାନା ପରିବାରର କିଛି ଜମି ଥିଲା ।

ତାହାକୁ କିଣିଥିଲା ଅତିକ୍ । ଯେତେବେଳେ ଅତିକ୍ ଭୀରା ଗାନ୍ଧୀଙ୍କ ସମ୍ପତ୍ତି ବିଷୟରେ ଜାଣିଲା ନିଜ ଲୋକଙ୍କ ଜରିଆରେ ଜମି ଜବରଦଖଲ କରିବା ସହ ପ୍ୟାଲେସ୍ ଥିଏଟରରେ ତାଲା ପକାଇ ଦେଲା । ଭେରା ଗାନ୍ଧୀ ତାଙ୍କ ସମ୍ପତ୍ତି ଫେରାଇ ଆଣିବା ପାଇଁ ସ୍ଥାନୀୟ ପୋଲିସ ଏବଂ ୟୁପିର ରାଜସ୍ୱ ବିଭାଗ ଅଧିକାରୀଙ୍କ ସାହାଯ୍ୟ ମାଗି ବିଫଳ ହୋଇଥିଲେ । ବାଧ୍ୟ ହୋଇ ସେ ପୁଣି ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ । ସୋନିଆଙ୍କ ନିର୍ଦ୍ଦେଶରେ ରୀତା ବାହୁଗୁଣା ଯୋଶୀ ଜିଲ୍ଲା ପ୍ରଶାସନ ସହ କଥା ହୋଇ ବିବାଦର ସମାଧାନ କରାଇଥିଲେ । ପରେ ଭେରା ଗାନ୍ଧୀ ପ୍ରୟାଗରାଜରେ ଥିବା ତାଙ୍କର ସମସ୍ତ ସମ୍ପତ୍ତି ବିକ୍ରି କରି ମୁମ୍ବାଇ ପଳାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ