Masthead

୫୭ ବର୍ଷ ତଳେ ରାଜଧାନୀରେ ଏମିତି ହେଉଥିଲା ମା’ଙ୍କ ପୂଜା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାରତୀୟ ସଂସ୍କୃତିରେ ଦୁର୍ଗା ପୂଜାର ମହତ୍ୱ ରହିଛି । ଆଜି ବୋଲି ନୁହେଁ, ବହୁ ଆଗରୁ ଚାଲି ଆସୁଛି ଏହି ପର୍ବ । ତେବେ ମା’ଙ୍କ ଆଗମନକୁ ପାଛୋଟିନେବାରେ ଭୁବନେଶ୍ୱର ସହର ମଧ୍ୟ ପଛାଇନାହିଁ । ବିଶେଷ ଭାବେ ଗତ ଦଶ ବର୍ଷ ହେବ ଭୁବନେଶ୍ୱରରେ ମଧ୍ୟ ଦୁର୍ଗାପୂଜା ବଡ଼ ଧୁମଧାମରେ ପାଳନ କରାଯାଉଛି । ସୁଉଚ୍ଚ ତୋରଣ ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ରାଜଧାନୀ । କିନ୍ତୁ ଏବେ ବି ଭୁବନେଶ୍ୱରରେ ଏପରି କିଛି ପୂଜା ମଣ୍ଡପ ରହିଛି ଯାହାର ପୂଜା ରୀତିନୀତି ଓ ପରମ୍ପରା ବେଶ ପ୍ରାଚୀନ ।

DURGA PUJA

HARA PARBATI

ଆଜି ଆପଣଙ୍କ ଆଗରେ ୫୭ ବର୍ଷ ତଳେ କେମିତି ଦୁର୍ଗାପୂଜା କରାଯାଉଥିଲା, ତାହାର ଫଟୋଚିତ୍ର ଦେଖେଇବାକୁ ଯାଉଛୁ । ଯେଉଁଠି ରଙ୍ଗବେରଙ୍ଗର ଆଲୋକ ମାଳା ନାହିଁ, ସୁଉଚ୍ଚ ତୋରଣ ନାହିଁ । କାଗଜ ଝାଲେରୀରେ ସଜାଯାଇଛି ମଣ୍ଡପ । କେଉଁଠି ମା’ କାଳୀ ପୂଜା ପାଉଛନ୍ତି ତ ଆଉ କେଉଁଠି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଶିବ ପାର୍ବତୀ । ପେଣ୍ଡାଲର ଲାଇଟ କମ । ସାଜସଜା ବି ବେଶ ସାଧାରଣ । କିନ୍ତୁ ମା’ ଦୁର୍ଗାଙ୍କ ଆଖିର ଚମକରେ ରହିଛି ତେଜ । କିନ୍ତୁ ସେଥିରେ ମଧ୍ୟ ଖୁବ୍ ଝଲସୁଛି ମା ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତି । ରହିଛି ଆଧ୍ୟାତ୍ମିକ ପରିବେଶ ।

ଯେଉଁ ପରିବେଶରେ ମା’ଙ୍କର ଆରାଧନା କରାଯାଉଛି । ବିଶେଷ କରି ଏହି ଫଟୋ ଗୁଡିକ ପୁରୁଣା ଭୁବନେଶ୍ୱରର । ଏବେ ବି ଏପରି ପୂଜାମଣ୍ଡପ ରହିଛି ଯେଉଁଠି ପୂଜା ପରମ୍ପରା, ରୀତି ନୀତିକୁ ବର୍ଷ ବର୍ଷ ଧରି ନିଷ୍ଠାର ସହ ପାଳନ କରିଆସୁଛନ୍ତି । ମା’ଙ୍କର ଏହି ପୁରୁଣା ଫଟୋଚିତ୍ର ଦେଖନ୍ତୁ, ରାଜଧାନୀରେ କିପରି ପାଳିତ ହେଉଥିଲା ଦୁର୍ଗାପୂଜା । ଭକ୍ତିରେ ଲେଖନ୍ତୁ ଜୟ ମା ଦୁର୍ଗା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ