୨୭ ଦିନର ଶିଶୁକୁ ଚେଙ୍କ : ଲିଭିଗଲା ଜୀବନଦୀପ

ବାଦାମପାହାଡ଼ (ବଡ଼ ଖବର ବ୍ୟୁରୋ): ଗତ ମାସ ୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମର ମୁନି ମାଝୀଙ୍କ ସ୍ତ୍ରୀ କର୍ମୀ ମଝୀ ବଦାମପାହାଡ଼ ଡ଼ାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମା ଓ ଛୁଆ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର କିଛିଦିନ ପରେ ନବଜାତ ଶିଶୁଟି ବାରମ୍ବାର କାନ୍ଦିବାର ଦେଖି ମାଆ ମୁନି ମଝୀ ବ୍ୟସ୍ତ ହୋଇପଡୁଥିଲେ । ଶିଶୁଟିର ପେଟ ବ୍ୟଥା ହେଉଥିବା ଭାବି ସେ ଗାଁର ଜଣେ ମହିଳାଙ୍କୁ ଜଣାଇଥିଲେ। ମହିଳା ଜଣକ ଛୁଆର ପେଟରେ ଚେଙ୍କ ଦେଇଥିଲେ । ଏକ ଦାଆକୁ ନିଆଁରେ ଗରମ କରି ପିଲାଟିର ପେଟର ଚାରିପଟେ ୧୨ଟି ଚେଙ୍କ ଦେଇଥିଲେ। ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଗୁରୁତର ଶିଶୁକୁ ପରିବାର ଲୋକେ ପ୍ରଥମେ ବଦାମପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ତାକୁ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି ରାତିରେ କଅଁଳ ଶିଶୁଟି ସବୁଦିନ ପାଇଁ ଆଖି ବୁଜିଦେଇଛି।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’