Before Header

ରାଜ୍ୟରେ ବଢ଼ୁଛି ନକଲି ଡାକ୍ତରଙ୍କ ସଂଖ୍ୟା

0 19
ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ବଢିବଢି ଚାଲିଛି ନକଲି ଡାକ୍ତରଙ୍କ ସଂଖ୍ୟା । ଦୃଷ୍ଟି ଦେଉନାହାନ୍ତି ବିଭାଗୀୟ ଅଧିକାରୀ । ଅଳ୍ପ କିଛିଙ୍କୁ ଧରି ନିଜ କାମ ସାରିଦେଉଛି ପୋଲିସ । ଚିକିତ୍ସା ନାଁରେ ଲୋକଙ୍କ ପ୍ରାଣ ନେବାକୁ ଉଦ୍ୟମ କରୁଥିବା ୪୦ ନକଲି ଡାକ୍ତରଙ୍କୁ ଗିରଫ କରିଛି ରାଜ୍ୟ ପୋଲିସ । ସବୁଠାରୁ ବଡକଥା ହେଲା ଏହି ଗିରଫ ନକଲି ଡାକ୍ତରମାନଙ୍କ ମଧ୍ୟରେ ସର୍ବାଧିକ ପଶ୍ଚିମବଙ୍ଗ ଅଞ୍ଚଳର । ଗିରଫ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ କିଏ ନିଜକୁ ଏମସର ଡାକ୍ତର ବୋଲି ପରିଚୟ ଦେଇ ଅସଲି ଡାକ୍ତରଙ୍କୁ ବାହା ହେଉଛନ୍ତି ତ ଆଉ କିଏ ଝିଅଙ୍କ ଠାରୁ ସର୍ବଶ୍ୱ ଲୁଟୁଥିଲେ । ଅନ୍ୟ ଜଣେ ନକଲି ଡାକ୍ତର ୨୦ଜଣଙ୍କୁ ବାହାହୋଇ କୋଟି କୋଟି ଟଙ୍କା ଚଳୁ କରିଥିଲେ । ଏପରି ନକଲି ଡାକ୍ତରଙ୍କ ଏକ ତାଲିକା ଉପରେ ନଜର ପକାଇବା ।
ଫ୍ରେବୁଆରୀ୧,୨୦୨୩
ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗରେ ଯାଜପୁରରେ ରାଜୀବ ଲୋଚନ ନାୟକ ଡାକ୍ତର ଭାବେ ଜଣେ ମହିଳାଙ୍କ ଚିକିତ୍ସା କରୁଥିଲେ । ସୁରକ୍ଷାକର୍ମୀଙ୍କୁ ପରିଚାଳନା କରି ନିଜକୁ ଜଣେ ନୂତନ ନିଯୁକ୍ତ ଡାକ୍ତରର ପରିଚୟ ଦେଇଥିଲେ । ହସ୍ପିଟାଲ କର୍ତ୍ତୁପକ୍ଷ ଏହା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଅକ୍ଟୋବର ୨୭,୨୦୨୨
ଦୀର୍ଘ ୪ବର୍ଷ ଧରି ପ୍ରଶାନ୍ତ ରାୟ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ଦେଓଗଡରେ ଚିକିତ୍ସା କରୁଥିଲେ । ତଦନ୍ତ ବେଳେ ଜଣାପଡିଥିଲା ସେ କୋଲକାତାରୁ ନକଲି ଏମବିବିଏସ ସାର୍ଟିଫିକେଟ ଆଣି ନିଜକୁ ଡାକ୍ତର ବୋଲି କହିଥିଲେ । ପରେ ଦେଓଗଡ ପୋଲିସ ପ୍ରଶାନ୍ତ ରାୟଙ୍କୁ  ଗିରଫ କରିଥିଲା ।
 ନଭେମ୍ବର ୨୫,୨୦୨୧
ପଶ୍ଚିମବଙ୍ଗରୁ ଆସି ଗଞ୍ଜାମ ଜିଲ୍ଲା ବାଲିପଡା ଅଞ୍ଚଳରେ ରହି ଦୀର୍ଘ ୨୫ ବର୍ଷ ଧରି ଗଞ୍ଜାମରେ ଚିକିତ୍ସା କରୁଥିବା ଦିଲ୍ଲିପ ବିଶୋଇଙ୍କୁ ଗିରଫ କରିଥିଲା ବିଗୁଡା ପୋଲିସ । ତା’ଠାରୁ ପୋଲିସ ଲକ୍ଷ ଲକ୍ଷ ଟଙ୍କାର ମେଡିସିନ୍ ଜବତ କରିଥିଲା ।
ମେ ୩୧,୨୦୨୧
କେନ୍ଦ୍ରାପଡା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଚିକିତ୍ସତ ହେଉଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଦୀପକ କୁମାର ମହାନ୍ତି ଚିକିତ୍ସା କରିବା ବାହାନାରେ ଅସଦାଚରଣ କରିଥିଲେ । ମହିଳା ଜଣକ ଚିକ୍ରାର କରିବା ପରେ ସେ ଜଣେ ନକଲି ଡାକ୍ତର ବୋଲି ଜଣା ପଡିଥିଲେ । ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ମେ ୨୭,୨୦୨୧
ଝାରସୁଗୁଡା ଜିଲ୍ଲା ବେଲପାହାଡ ଷ୍ଟେସନପଡା ଠାରେ ଶିଶୁ ବିଶେଷଜ୍ଞ ଭାବରେ ଦୀର୍ଘ ଦିନ ହେବ ଚିକିତ୍ସା କରୁଥିବା ଡାକ୍ତର ରମେଶ ସାହୁଙ୍କୁ ଗିରଫ କରିଥିଲା ପୋଲିସ । ସେ ନିଜକୁ ଏମବିବିଏସ  ଏମଡି ଶିଶୁ ବିଶେଷଜ୍ଞ ବୋଲି ପରିଚୟ ଦେଉଥିଲେ । ହେଲେ ତଦନ୍ତ ପରେ ଜଣା ପଡିଲା ତାଙ୍କ ଶିକ୍ଷାଗତ ଯୋଗ୍ୟତା +୨ ଥିଲା ।
ଫେବୃଆରୀ ୧୩,୨୦୨୨
ନିଜକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣର ଜଣେ ଡାକ୍ତର ବୋଲି ପରିଚୟ ଦେଇ ୬ଟି ରାଜ୍ୟରେ ୨୦ଟି ମହିଳାଙ୍କୁ ବିବାହ କରିବା ସହ କୋଟି କୋଟି ଟଙ୍କା ଲୁଟିଥିଲେ । ସେ ହେଲେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଭଗବାନପୁର ସ୍ଥିତ ସିଂହଳ ଗାଁର ରମେଶଚନ୍ଦ୍ର ସ୍ୱାଇଁ । ଏକାଧିକ ମହିଳା ରମେଶଙ୍କ ବିରୋଧରେ ଏତଲା ଦେଇଥିଲେ । ପରେ ମହିଳା ଥାନା ପୋଲିସ ରମେଶଙ୍କୁ ଗିରଫ କରିଥିଲା । ରମେଶଙ୍କ ବିରୋଧରେ ଠକେଇ ଅଭିଯୋଗ ବଢିବା ପରେ ଆର୍ଥିକ ଖୋଳତାଡ ପାଇଁ ପ୍ରର୍ବତ୍ତନ ନିଦେ୍ର୍ଦଶାଳୟ (ଇଡି) ମାମଲା ନେଇଥିଲେ ।
ଜୁନ ୧୬, ୨୦୨୦
ଖଣ୍ଡଗିରି ଥାନା ପୋଲିସ ଡୁମୁଡୁମାର ଶୈଳେନ୍ଦ୍ର ନିଜକୁ ଏମ୍ସର ଡାକ୍ତର କହି ଜଣେ ଜଣେ ଅସଲି ଡାକ୍ତରଙ୍କୁ ବିବାହ କରିଥିଲେ ।  ୧୦ ଲକ୍ଷ ଟଙ୍କାର ଯୌତୁକ ଆଣିଥିଲେ । ବିବାହର କିଛିଦିନ ପରେ ତାଙ୍କ ପତ୍ନୀ ଜାଣିବାକୁ ପାଇଥିଲେ ଯେ ଶୈଳେନ୍ଦ୍ର ଜଣେ ନକଲି ଡାକ୍ତର । ଶିକ୍ଷାଗତ ଯୋଗ୍ୟତା ଯୁକ୍ତ୨ ।ଏନେଇ ସେ ଥାନାରେ ଏତଲା ଦେଇଥିଲେ ।
ସେପ୍ଟେମ୍ବର ୧୫, ୨୦୨୨
ରାୟଗଡ଼ ପୋଲିସ ସୁବ୍ରତ ବିଷୋଇ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ସେ ପଶ୍ଚିମବଙ୍ଗରୁ ଆସି ଏଠାରେ ବେପାର କରୁଥିଲେ । ସବୁଠାରୁ ବଡ କଥା ହେଲା ସେ ନିଜକୁ ମେଡିସିନ ବିଭାଗର ଜଣେ ବରିଷ୍ଠ ଡାକ୍ତର ବୋଲି ପରିଚୟ ଦେଉଥିଲେ । ନିଜେ ନକଲି ମେଡିସିନ ବିକ୍ରି କରୁଥିଲେ । ଯାହା ପରେ ଫର୍ଦ୍ଦାଫାଶ ହୋଇଥିଲା ।
Leave A Reply

Your email address will not be published.