Masthead

ଥାନା ପୋଡି ଘଟଣା, ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ

ବାଲିଗୁଡ଼ା (ବଡ଼ ଖବର ବ୍ୟୁରୋ): ଫିରିଙ୍ଗିଆ ଥାନା ପୋଡ଼ି ଘଟଣା । ତୃଣମୂଳସ୍ତରର ନେତାଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ । ଏପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ୫ ଜଣ ସରପଂଚ, ୩ ସମିତି ସଭ୍ୟଙ୍କ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ୍ । ସ୍ଥାନୀୟ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଲ୍ଲିକ, ନୂଆପଦର ସରପଂଚ ଭବାନୀ ଶଙ୍କର କହଁର, ଭୃଙ୍ଗିଯୋଡ଼ି ସରପଂଚ ଆସିଆ କହଁର, ଫିରିଙ୍ଗିଆ ସମିତି ସଭ୍ୟ ମୌସୁମୀ କହଁର, କେଲାପଡ଼ା ସମିତି ସଭ୍ୟ ବୈରାଗୀ କହଁର, ସାଡିଙ୍ଗିଆ ସରପଂଚ ଲାସନ୍ କହଁର, ଉପରପଙ୍ଗା ସରପଂଚ ସୁଶାନ୍ତ କହଁର ଏବଂ ଫିରିଙ୍ଗିଆ ସରପଂଚ ଜଳନ୍ଧର କହଁରଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ଖବର ମିଳିଛି । ଅନ୍ୟପଟେ ଗଞ୍ଜେଇ ଚାଲାଣ ଅଭିଯୋଗ ଥିବା ଦୁଇ ହୋମଗାର୍ଡଙ୍କୁ କାର୍ୟ୍ୟରୁ ଅନ୍ତର କରିବା ସହ ଥାନା ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି । ଏବଂ ଥାନାର ନୂଆ ଆଇଆଇସି ଭାବେ ରମେଶ କୁମାର ପ୍ରଧାନ ଗତକାଲି କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ