Before Header

ବଢିଲା ଖବରଦାତାଙ୍କ ସ୍ୱାସ୍ଥ୍ୟବୀମାରାଶି

0 34

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖବରଦାତାଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ୨ଲକ୍ଷରୁ ୫ଲକ୍ଷ ଟଙ୍କାକୁ ଏହା ବୃଦ୍ଧି ପାଇଛି ।

ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ କାର୍ଯ୍ୟରତ ଖବରଦାତା ଓ ତାଙ୍କ ପରିବାରକୁ ୨ଲକ୍ଷର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥି । । ବର୍ତ୍ତମାନ ଏହା ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ଖବରଦାତା ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇବାରିବେ । ରାଜ୍ୟର ୮୭୧୭କାର୍ଯ୍ୟରତ ଖବରଦାତା ଓ ତାଙ୍କ ପରିବାର ଉପକୃତ ହେବେ ।

Leave A Reply

Your email address will not be published.