Masthead

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚରେ ୪ ରନରେ ଜିତିଲା ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ପ୍ରଥମ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ମାତ୍ର ୪ ରନରେ ଭାରତକୁ ହରାଇ ବିଜୟ ହାସଲ କରିଛି ଘରୋଇ ଦଳ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ୨୦ ଓଭରରେ ଦଳ ୧୪୯ ରନ କରି ବପକ୍ଷ ଦଳକୁ ୧୫୦ ରନ ବିଜୟ ଲକ୍ଷ୍ୟ ଦେଇଥିଲା । ବିଜୟ ରନର ପିଛା କରି ଭାରତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୪୫ ରନ କରିଥିଲା । ଫଳରେ ଏହି ୫ ମ୍ୟାଚ୍‌ ଶୃଙ୍ଖଳାରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ୧-୦ରେ ଆଗୁଆ ହୋଇଛି । ବ୍ରାଏନ ଲାରା ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମ୍ୟାଚ । ଓ୍ବେଷ୍ଟଇଣ୍ଡିଜ ଓପନର ବ୍ରାଣ୍ଡନ କିଙ୍ଗ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ୪ଟି ଚୌକା ସହ ଗୋଟିଏ ଛକା ମାରି ୨୮ ରନରେ ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ୩୦ ରନ ବେଳକୁ ଆଉ ଗୋଟିଏ ଓ୍ବିକେଟର ପତନ ହୋଇଥିଲା ।

ଦଳ ପକ୍ଷରୁ ନିକୋଲାସ ପୂରନ ୪୧ ରନ, ପୋଓ୍ବେଲ ୪୮, ସିମରନ ହେତମାୟର ୧୦ ରନ କରି ଆଉଟ ହୋଇଥିଲେ । ଅନ୍ୟ କେହି ଖେଳାଳୀ ଦୁଇ ଅଙ୍କ ରନ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଶେଷରେ ୬ ଓ୍ବିକେଟ ହରାଇ ବିପକ୍ଷ ଦଳକୁ ୧୫୦ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ । ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇଥିଲା ପାଣ୍ଡ୍ୟାଙ୍କ ଟିମ । ପ୍ରଥମେ ଓପନିଂ ଯୋଡି ଭାବେ ଶୁଭମନ ଗିଲ ଓ ଇଶାନ କିଷନ ବ୍ୟାଟିଂ ଆରମ୍ଭ କରିଥିଲେ । କିନ୍ତୁ ପ୍ରଥମରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ଉଭୟଙ୍କ ଯୋଡି ଅଧିକ ସମୟ ପାଇଁ ପଡିଆରେ ତିଷ୍ଠି ପାରିନଥିଲା । ଶୁବମନ ଗିଲ ୩ ରନ ଓ ଇଶାନ ମାତ୍ର ୬ ରନରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ଏହାପରେ ପାଳି ସମ୍ଭାଳିବାକୁ ସୂର୍ୟ୍ୟକୁମାର ଯାଦବ ଓ ତିଳକ ବର୍ମା ଦଳର ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ କିଛି ସମୟ ପରେ ମାତ୍ର ୨୧ ରନରେ ଆଉଟ ହୋଇଥିଲେ ସୂର୍ୟ୍ୟକୁମାର । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସଂଜୁ ସାମସନ୍‌ ନିରାଶ କରିବା ପରେ ଭାରତର ପରାଜୟ ନିଶ୍ଚିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!