Masthead

ନଟ୍ଟୁ କାକାଙ୍କୁ ଝୁରୁଛନ୍ତି ଫ୍ୟାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭିନେତା ଘନଶ୍ୟାମ ନାୟକ ଓରଫ ନଟ୍ଟୁ କାକାଙ୍କ ପରଲୋକ । ମୁହଁରେ ରଙ୍ଗମାରି ରଙ୍ଗମଞ୍ଚ ଅଭିନୟ କରୁଥିବା ଘନଶ୍ୟାମ ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି। ଲୋକପ୍ରିୟ ହିନ୍ଦୀ କମେଡି ଧାରାବାହିକ ‘ତାରକ ମେହଟ୍ଟା କା ଉଲ୍‌ଟା ଚଷମା’ର ପ୍ରିୟ ନଟ୍ଟୁ କାକା । କ୍ରମାଗତ ୧୩ ବର୍ଷ ଦର୍ଶକଙ୍କୁ ଖୁବ୍ ହସେଇଛନ୍ତି..ମଚେଇଛନ୍ତି…ଭରପୁର ମନୋରଞ୍ଜନ ବି ଦେଇଛନ୍ତି । ଦୀର୍ଘ ସମୟ ଧରି ଅସୁସ୍ଥ ଥବା ନଟୁ କାକାଙ୍କର ରବିବାର ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଧାରାବାହିକ ତାରକ ମେହେଟ୍ଟା କା ଓଲଟା ଚଶମାରେ ସେ ଆରମ୍ଭରୁ ହିଁ ନଟ୍ଟୁ କାକାଙ୍କ ଭୂମିକାରେ ପରଦାରେ ଥିଲେ । ଘନଶ୍ୟାମଙ୍କର ଅଭିନୟକୁ ଲୋକେ ବେଶ୍ ପସନ୍ଦ ବି କରିଥିଲେ । ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିଲେ ନଟୁ କାକା । ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକରେ ଛାୟା ଖେଳିଯାଇଛି। ଧାରାବାହିକର ନିର୍ଦ୍ଦେଶକ ପ୍ରଯୋଜକଙ୍କ ବ୍ୟତିତ ଅନେକ କଳାକାର ଓ ଫ୍ୟାନ ଶୋକ ପ୍ରକାଶ କରିଛନ୍ତି।

ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ହସାଉଥିବା ନଟ୍ଟୁ କାକା ହସିହସି ଏ ଦୁନିଆରୁ ବିଦାୟ ନେଇଛନ୍ତି ସତ ହେଲେ ତାଙ୍କ ବିଦାୟ ଫ୍ୟାନଙ୍କ ଆଖିରେ ଛାଡିଯାଇଛି ଲୁହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା