Masthead

୨୦୪୭ ସୁଦ୍ଧା ଭାରତ ବିଶ୍ବଗୁରୁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ । ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ଭାରତର ସ୍ବାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ । ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା । ଦେଶ ଏବେ ଅମୃତକାଳ ଦେଇ ଗତି କରୁଛି। ଦେଶର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିଛି । ଖୁବ୍‌ଶୀଘ୍ର ଦେଶର ଅର୍ଥନୀତି ୫ ଟ୍ରିଲିଅନରେ ପହଞ୍ଚିବ। ୨୦୪୭ ସୁଦ୍ଧା ଭାରତ ବିଶ୍ବଗୁରୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶାବାସୀ ସ୍ବାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ ।  ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାକୁ ଲକ୍ଷ୍ୟ ରଖିଛୁ । ବଡ଼ ସ୍ବପ୍ନ ଦେଖାଇବିନି, ଯାହା ପ୍ରତିଶ୍ରୁତି ଦେଇଛି ପାଳନ କରିବି । ଶ୍ରୀମନ୍ଦିର ୪ ଦ୍ବାର ଖୋଲିଛୁ, ଓଡ଼ିଆ ଅସ୍ମିତା ପାଣ୍ଠି କରିଛୁ ସ୍ୱାଧୀନତା ଦିବସ ଲାଗି ସଜେଇ ହୋଇଛି ମହାତ୍ମା ଗାନ୍ଧି ମାର୍ଗ । ନୂଆ ବୋହୂ ରୂପ ନେଇଛି ରାଜଧାନୀ ଭୁବନେଶ୍ୱର। ସବୁଠି ସୁନ୍ଦର ଆଲୋକ ମାଳାରେ ସଜା ଯାଇଛି । ନୀଳ ନାଲି ଆଲୁଅରେ ଝଟକୁଛି ରାଜଧାନୀ। ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା, ପୋଲିସ କମିଶନରେଟ ମୁଖ୍ୟାଳୟ ସଜେଇ ହୋଇଛି । କୃଷି ଭବନ, ଲୋକ ସଂପର୍କ ଭବନ ଏବଂ ରାସ୍ତାଘାଟକୁ ମଧ୍ୟ ଆଲୋକରେ ସଜେଇ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ