Masthead

ହଷ୍ଟେଲରେ ବିଷାକ୍ତ ଖାଦ୍ୟ ଖାଇ ୧୮ ରୁ ଅଧିକ ଛାତ୍ରୀ ଡାଇରିଆ ରେ ଆକ୍ରାନ୍ତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ହଷ୍ଟେଲ ରେ ମୁଢ଼ି ଆଳୁ ତରକାରୀ ଖାଇ ୧୮ରୁ ଅଧିକ ଛାତ୍ରୀ ଡାଇରିଆ ରେ ଆକ୍ରାନ୍ତ । ଗୁରୁତର ଅବସ୍ଥାରେ ୧୮ ଛାତ୍ରୀଙ୍କୁ ବାଲେଶ୍ୱର ମେଡ଼ିକାଲ ରେ ଭର୍ତ୍ତି କରଯାଇଛି । ସ୍ଵତନ୍ତ୍ର ଡାକ୍ତର ଟିମ୍ ଦ୍ୱାରାଚିକିତ୍ସା ଚାଲିଛି । ବାଲେଶ୍ୱର ଘରୋଇ ନିଷ୍ଟ୍ ଯୁକ୍ତ ଦୁଇ ବିଜ୍ଞାନ କଲେଜ ର ୧୮ ରୁ ଅଧିକ ଛାତ୍ରୀ ଡାଇରିଆ ରେ ଆକ୍ରାନ୍ତ ହୋଇଛନ୍ତି । କଲେଜ୍ ହଷ୍ଟେଲରେ ରୋଷେଇ ହୋଇଥିବା ଆଳୁ ତରକାରୀ ଖାଇବା ଦ୍ୱାରା ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି ।ଛ ଖାଦ୍ୟ ଖାଇବା ପରେ ଛାତ୍ରୀ ମାନଙ୍କର ମୁଣ୍ଡ ଓ ପେଟ ବ୍ୟଥା କରିବା ସହ ବାନ୍ତି ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ ଡାଇରିଆ ବିଭାଗରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ତେବେ ଗୁରୁତର ଛାତ୍ରୀ ମାନଙ୍କ କହିବା ଅନୁଯାୟୀ ପୂର୍ବରୁ ଅନେକ ଥର ମୁଢ଼ି ଆଳୁ ତରକାରୀ ଦିଆ ଯାଇଥିଲେ ବି ଖାଇବା ଦ୍ୱାରା କିଛି ବି ଅସୁବିଧା ହେଉନଥିଲା । ମାତ୍ର ଆଜି ସେହି ମୁଢ଼ି ଆଳୁ ତରକାରୀ ଖାଇବା ପରେ ଆମର କାହିଁକି ଏମିତି ଅବସ୍ଥା ହେଲା କିଛି ଜଣା ପଡୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ