Masthead

୧୦ହଜାର କଏନ ଜମା କରି ନାମାଙ୍କନ ଭରିଲେ ସ୍ୱାଧୀନ ପ୍ରାର୍ଥୀ

କର୍ଣ୍ଣାଟକ  (ବଡ଼ ଖବର ବ୍ୟୁରୋ): ମେ ୧୦ରେ ହେବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । କିନ୍ତୁ ଏହାରି ଭିତରେ ଆସିଛି ଏକ ଖବର । ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଚର୍ଚ୍ଚାର ବିଷୟ ପାଲଟିଛି। କର୍ଣ୍ଣାଟକର ୟାଦଗିର ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ୟାଙ୍କପ୍ପା ୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୟାଙ୍କପ୍ପା କହିଛନ୍ତି, ମୁଁ ମୋ ଜୀବନ ମୋର ସମ୍ପ୍ରଦାୟର ଲୋକଙ୍କୁ ଏବଂ ଗ୍ରାମବାସୀଙ୍କୁ ଉତ୍ସର୍ଗ କରିବି।

ସେପଟେ ୟଙ୍କପ୍ପା ଗାଁ ଗାଁ ବୁଲି ମତଦାତାଙ୍କଠାରୁ ଟଙ୍କାଏ ଟଙ୍କାଏ ଆଦାୟ କରିଥିଲେ । ଥଳିରେ ୧୦ହଜାର ଟଙ୍କାର କଏନ ନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଟଙ୍କା ଗଣିବାକୁ ଅଧିକାରୀଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଚଳିତବର୍ଷ ନିର୍ବାଚନରେ ଅମାନତ ରାଶି ପାଇଁ ୧୦ହଜାର ଟଙ୍କା ସ୍ଥିର କରାଯାଇଛି । ବେକରେ ବ୍ୟାନର ଟାଙ୍ଗି ୟଙ୍କପ୍ପା ତହସିଲ ଅଫିସରେ ନାମାଙ୍କନ ଭରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ