Masthead

ପ୍ରଥମ ଟି -୨୦, ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ୬ ୱିକେଟରେ ବିଜୟୀ ହୋଇଛି ଭାରତ । ଆଫଗାନିସ୍ତାନ ୫ ୱିକେଟ୍ ହରାଇ ୧୫୮ ରନ୍ କରିଥିବା ବେଳେ ଭାରତ ୧୭.୩ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ସହିତ ଦଳ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଆଫଗାନିସ୍ତାନ ପାଇଁ ଓପନର ରହମାନୁଲ୍ଲାହ ଗୁରବାଜ ଓ ଅଧିନାୟକ ଇବ୍ରାହିମ ଜାଦରାନ ଏକ ଭଲ ଆରମ୍ଭ ଦେବାକୁ ପ୍ରୟାସ କରିଥିଲେ। ତେବେ ଦଳୀୟ ସ୍କୋର ୫୦ରେ ପହଞ୍ଚିଥିବା ବେଳେ ଦୁହେଁ ଆଉଟ୍ ହୋଇଯାଇଥିଲେ। ୭.୬ ଓଭରରେ ଗୁରବାଜ ଓ ୮.୨ ଓଭରରେ ଜାଦରାନ ଆଉଟ୍ ହୋଇଯାଇଥିଲେ। ଗୁରବାଜ ୨୩ ରନ୍ କରିଥିବା ବେଳେ ଜାଦରାନ ୨୫ ରନ୍ କରିଥିଲେ।

ଅଜମତୁଲ୍ଲାହ ଉମରଜଈଙ୍କ ୨୯ ଓ ମହମ୍ମଦ ନବିଙ୍କ ୪୨ ରନ୍ ଫଳରେ ଦଳର ସ୍କୋର ୨୦ ଓଭରରେ ୧୫୮ରେ ପହଞ୍ଚିଥିଲା। ନାଜିବୁଲ୍ଲାହ ଜାଦରାନ ଅପରାଜିତ ୧୯ ରନ୍ କରିଥିଲେ। ଭାରତ ପକ୍ଷରୁ ମୁକେଶ କୁମାର ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଶିବମ ଦୁବେ ଗୋଟିଏ ୱିକେଟ୍ ନେଇଥିଲେ। ତେବେ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ଅଧିନାୟକରୋହିତ ଶର୍ମାଙ୍କୁ ହରାଇଥିଲା। ସେ ରନ୍ ଆଉଟ୍ ହୋଇଥିଲେ। ତେବେ ଶୁବମନ ଗିଲ୍ ଓ ତିଲକ ବର୍ମା ଏକ ଭଲ ଆରମ୍ଭ ଦେବାକୁ ପ୍ରୟାସ କରିଥିଲେ। ଶୁବମନ ୧୨ଟି ବଲ୍‌ରୁ ୨୩ ରନ୍ କରି ଓ ତିଲକ ବର୍ମା ୨୨ଟି ବଲ୍‌ରୁ ୨୬ ରନ୍ କରି ଆଉଟ୍ ହୋଇଥିଲେ। ୭୨ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିବା ବେଳେ ଶିବମ ଦୁବେ ଓ ଜିତେଶ ଶର୍ମା ବଢ଼ିଆ ଖେଳ ପ୍ରଦର୍ଶନ କରିଥିଲେ। ଜିତେଶ ୨୦ଟି ବଲ୍‌ରୁ ୫ଟି ଚୌକା ସହାୟତାରେ ୩୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହା ପରେ ରିଙ୍କୁ ସିଂହଙ୍କୁ ସାଥୀ କରି ଖେଳିଥିଲେ ଶିବମ ଦୁବେ। ଦୁହେଁ ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା