Masthead

ଶୁଣିଲାନି ପ୍ରଶାସନ, କୋଡି କୋଦାଳ ଧରି ରାସ୍ତା ମରାମତି କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଶୁଣିଲା ନାହିଁ ପ୍ରଶାସନ । ନିଜସ୍ୱ ଉଦ୍ୟମରେ ଶ୍ରମଦାନ କରି ରାସ୍ତା ମରାମତି କଲେ ସାହି ବାସିନ୍ଦା । ଏଭଳି ଘଟଣା ପୁର୍ବରୁ ବହୁତ ଶୁଣିଥିବେ କିମ୍ବା ଦେଖିଥିବେ । ଗ୍ରାମାଞ୍ଚଳରେ ରାସ୍ତା ଖଣ୍ଡେ ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ବାରମ୍ବାର ପ୍ରଶାସନିର ଦ୍ବାରସ୍ଥ ହେବା ପରେ କୈାଣସି ସୁଫଳ ନପାଇ ବାଧ୍ୟ ହୋଇ ନିଜସ୍ୱ ପ୍ରଚେଷ୍ଟାରେ ରାସ୍ତା ନିର୍ମାଣ ବା ମରାମତି କାର୍ଯ୍ୟ କରିବାର । କିନ୍ତୁ ଆମେ କହୁଛୁ ସହରର କଥା । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ମାତ୍ର ୫୦୦ ମିଟର ଦୂରତା ବା ଷ୍ଟାଡିୟମ ନିକଟ ଦାମୋଦର ବିହାର କଥା ।

ରାସ୍ତା ଖଣ୍ଡେ ନଥିବାରୁ ବାରମ୍ବାର ବିଭିନ୍ନ ସ୍ତରରେ ଅନୁରୋଧ କରିଛନ୍ତି । କିନ୍ତୁ ପ୍ରଶାସନିକ ଏବଂ ରାଜନୈତିକ ସ୍ତରରେ କୌଣସି ପଦକ୍ଷେପ ନନେବାରୁ ନିଜସ୍ବ ପ୍ରଚେଷ୍ଟାରେ ରାସ୍ତା ମରାମତି କରିଛନ୍ତି ଅଞ୍ଚଳ ବାସିନ୍ଦା । ମହିଳା ପୁରୁଷ ମିଶି କୋଡି କୋଦାଳ ଧରି ରାସ୍ତାର ମରାମତି କରିଛନ୍ତି । ସବୁଠୁ ବଡ ବିଡ଼ମ୍ବନାର କଥା ଏଯାଏଁ ଏହି ଅଞ୍ଚଳରେ ବହୁ ବଡ ନେତା ଓ ବାବୁମାନେ ମଧ୍ୟ ବସବାସ କରୁଛନ୍ତି କିନ୍ତୁ ଅଞ୍ଚଳର ରାସ୍ତା ଖଣ୍ଡେ ପାଇଁ କେହି ସହଯୋଗ କରୁନାହାନ୍ତି। ତେବେ ପ୍ରଶାସନର ନିଦ କେବେ ଭାଙ୍ଗୁଛି ଆଉ ରାସ୍ତା ନିର୍ମାଣ ପାଇଁ କେବେ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ