Masthead

ବିଜେପିକୁ ଚେକ୍ ଦେବା ପାଇଁ ଇଣ୍ଡିଆ ମେଣ୍ଟର ବୈଠକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଇଣ୍ଡିଆ ମେଣ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଦିଦି ଆସିଛନ୍ତି । ଆଜି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେବେ। ବିଜେପିକୁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ଚେକ ଦେବାକୁ ଏକାଧିକ ବିରୋଧୀ ଦଳର ନେତା ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ଚତୁର୍ଥ ଥର ପାଇଁ ଆଜି ଏକାଠି ବସିବାକୁ ଯାଉଛନ୍ତି। ସିଟ ଶେୟାରିଂ ଓ ଆଗାମୀ ରଣନୀତି ଉକ୍ତ ବୈଠକରେ ମୂଳ ଏଜେଣ୍ଡା ବୋଲି ଜଣାପଡ଼ିଛି।

ପର୍ଯ୍ୟାୟକ୍ରମେ ଜଣେ ପରେ ଜଣେ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । କଂଗ୍ରେସର ସ୍ଥିତି ନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇପାରେ । ଅନ୍ୟପଟେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତା ବସିଛି ବିରୋଧୀ ଦଳ ନେତାଙ୍କୁ ନେଇ ବୈଠକ । ୫ବିଧାନସଭା ନିର୍ବାଚନ ଫଳାଫଳ ବାହରିବା ପରେ ମେଣ୍ଟ ବୈଠକ ପାଇଁ ଯୋଜନା ହାଇଥିଲେ ବି ଶେଷ ସମୟରେ ବାତିଲ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ