Masthead

ସିରିୟାରୁ ୭୫ ଭାରତୀୟଙ୍କୁ ଏୟାରଲିଫ୍ଟ କଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିରିୟା ସଂକଟ ଭିତରେ ସ୍ବଦେଶ ଫେରିଲେ ଭାରତୀୟ । ୭୫ଜଣ ପ୍ରବାସୀ ଭାରତ ଫେରିଥିବା ନେଇ ବିଦେଶ ମନ୍ତ୍ରାଳୟ ସୂଚନା ଦେଇଛି । ସେମାନଙ୍କୁ ଲେବାନନ ସୀମା ଦେଇ ଏୟାରଲିଫ୍ଟ କରାଯାଇଛି । ସିରିୟାରୁ ଭାରତ ଫେରୁଥିବା ୭୫ଜଣ ନାଗରିକଙ୍କ ମଧ୍ୟରେ ୪୪ ଜୈରିନ ସାମିଲ୍ ଅଛନ୍ତି । ଜାମ୍ମୁ-କଶ୍ମୀର ସମସ୍ତ ଜୈରିନ୍ ସିରିୟାର ସୈଦା ଜୈନାବରେ ଫଶି ରହିଥିଲେ । ସେମାନଙ୍କୁ ଭାରତୀୟ ବିଦେଶ ମନ୍ତ୍ରାଳୟ ଉଦ୍ଧାର କରିଛି ।  ସୂଚନା ଅନୁଯାୟୀ, ସମସ୍ତ ଭାରତୀୟଙ୍କୁ ସୁରକ୍ଷା ଭାବେ ପ୍ରଥମେ ଲେବାନନରେ ପହଞ୍ଚାଯାଇଥିଲା । ସେଠାରୁ ଭାରତରୁ ଏୟାରଲିଫ୍ଟ ପାଇଁ ବ୍ୟବସ୍ଥା କରାଯାଉଛି ।

ସିରିୟାରେ ଲାଗିରହିଥିବା ଗୃହଯୁଦ୍ଧ ଏବଂ ପ୍ରବାସୀଙ୍କ ଅନୁରୋଧ ପରେ ବିଦେଶମନ୍ତ୍ରାଳୟ ରେସକ୍ୟୁ ଅପରେସନ ପାଇଁ ନିଷ୍ପତ୍ତି ନେଇଛି । ଏପଟେ ସିରିୟାରେ ରହୁଥିବା ପ୍ରବାସୀମାନେ ଡମାସ୍‌କସରେ ଥିବା ଭାରତୀୟ ଦୂତାବାସ ସହିତ ସମ୍ପର୍କ କରିବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି । ଅଶାନ୍ତ ସିରିଆ । ବିଦ୍ରୋହି ଗୋଷ୍ଠୀଙ୍କ କବଜାରେ ସିରିୟା। ଇସ୍ତଫା ପରେ ରାଷ୍ଟ୍ରପତି ବସର-ଅଲ-ଅସଦ ଦେଶ ଛାଡି ପରିବାର ସହ ଋଷରେ ନେଇଛନ୍ତି ଆଶ୍ରୟ। ହୈୟତ ତାହିର ଅଲ-ଶାମ୍ ବିଦ୍ରୋହୀ ଗୋଷ୍ଠୀ ସିରିୟା ରାଜଧାନୀ ଡମାସ୍‌କସକୁ କବଜା କରି ନେଇଛନ୍ତି । ଦୀର୍ଘ ୧୪ ବର୍ଷ ରାଷ୍ଟ୍ରପତି ଅସଦ ସରକାରର ଅନ୍ତ ଘଟିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ