Masthead

ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ୧ନଂ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅସ୍ତ୍ରଶସ୍ତ୍ର କିଣାରେ ବିଶ୍ୱର ସବୁଠାରୁ ଆଗରେ ରହିଛି ଭାରତ । ଭାରତୀୟ ସେନାକୁ ଅଧିକ ଶକ୍ତିଶାଳୀ କରିବା କ୍ଷେତ୍ରରେ ଚେଷ୍ଟା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ କ୍ଷେତ୍ରରେ ସେନାକୁ ଅପଗ୍ରେଡ କରିବା ସହ ବିଦେଶରୁ ମିସାଇଲ ଭଳି ଅନେକ ଅତ୍ୟାଧୁନିକ ଅସ୍ତ୍ର-ଶସ୍ତ୍ର କିଣିଛି ଭାରତ । ତେବେ ଏହି କ୍ଷେତ୍ରରେ ବର୍ତ୍ତମାନ ଟପ୍ ଲିଷ୍ଟରେ ପହଞ୍ଚିଛି ଭାରତ । ଷ୍ଟକହୋମ ସ୍ଥିତ ଥିଙ୍କ ଟ୍ୟାଙ୍କ ‘ସିପରି’ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ସୂଚନା ମିଳିଛି।

ଏହି ରିପୋର୍ଟ ଅନୁସାରେ ୨୦୧୩-୨୦୧୭ ଏବଂ ୨୦୧୮-୨୦୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣିବାରେ ୧୧ ପ୍ରତିଶତ ତଳକୁ ଖସିଥିଲେ ବି ନମ୍ବର ୱାନରେ ରହିଛି ଭାରତ। ତେବେ ଋଷ ଆକ୍ରମଣ ଯୋଗୁଁ ଆମେରିକା ଏବଂ ୟୁରୋପରୁ ମିଳିଥିବା ସୈନ୍ୟ ସହାୟତା ପରେ ୟୁକ୍ରେନ ୨୦୨୨ରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ଆମଦାନୀ କରିଛି । ଏହା ସହିତ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି ୟୁକ୍ରେନ । ବିଶ୍ୱର ସମସ୍ତ ଦେଶରେ ଗତବର୍ଷ ହତିଆର ଆମଦାନୀ ପରିମାଣରେ ହ୍ରାସ ଦେଖିବାକୁ ମିଳିଛି । ତେବେ ଋଷ ସହ ଉତ୍ତେଜନା ବୃଦ୍ଧ ହେଉଥିବା କାରଣରୁ ୟୁରୋପର ଦେଶମାନେ ଅସ୍ତ୍ର-ଶସ୍ତ୍ର କିଣିଛନ୍ତି ।

ତେବେ ୨୦୧୮-୨୨ ଭିତରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣିଥିବା ଦେଶଗୁଡିକ ମଧ୍ୟରେ ଏକ ନମ୍ବରରେ ରହିଛି ଭାରତ । ଏହାପରେ ସାଉଦି ଆରବ, କତର, ଅଷ୍ଟ୍ରେଲିଆ ଏବଂ ଚୀନ ସାମିଲ ରହିଛନ୍ତି । ଅନ୍ୟପଟେ ଅସ୍ତ୍ରଶସ୍ତ୍ର ରପ୍ତାନୀ କରିବା ତାଲିକାରେ ଆମେରିକା, ଋଷ, ଫ୍ରାନ୍ସ, ଚୀନ ଏବଂ ଜର୍ମାନୀ ସ୍ଥାନ ପାଇଛନ୍ତି । ଅନ୍ୟ ପକ୍ଷରେ ପଡୋଶୀ ରାଷ୍ଟ୍ର ପାକିସ୍ତାନ ଏହି ସମୟ ମଧ୍ୟରେ ୧୪ ପ୍ରତିଶତ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନୀ କରିଛି । ଏହା ସହିତ ଅସ୍ତ୍ରଶସ୍ତ୍ର ଆମଦାନୀ ତାଲିକାର ଅଷ୍ଟମ ସ୍ତାନରେ ରହିଛି ପାକିସ୍ତାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା