Masthead

ନବ-ମାଳତୀ କୁଟୀରର ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ନୁମା-ବାପି କୁଟୀରରୁ ହଟିଲା କଳା ଜରି । ସରକାରୀ ଅନୁଦାନକୁ ଅପେକ୍ଷା ନକରି ନବ-ମାଳତୀ କୁଟୀରର ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ । ନଡ଼ା ଛପର ହେଲା ଚାଳିଆ କୁଟୀର । ମରାମତି କଲା ନବମାଳତୀ ଟ୍ରଷ୍ଟ । ୭ ଜଣ କୁଶଳୀ ଶ୍ରମିକ ଛପର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୩ ଦିନ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୩ ବର୍ଷରୁ ଅଧିକ ସମୟ ହେଲା ଅବହେଳିତ ହୋଇ ପଡିରହିଥିଲା ଏହି କୁଟୀର । ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଭରସାରେ ରହି ଟ୍ରଷ୍ଟ ମରାମତି କରିନଥିଲା । ଏକ କଳା ଜରି ଘୋଡାଇ କାମ ସାରି ଦେଇଥିଲା ।

କୁଟୀର ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଟ୍ରଷ୍ଟ ମରାମତି କାମ ହାତକୁ ନେଇଛି । ସରକାରୀ କାମକୁ ଅପେକ୍ଷା ନକରି ପୂର୍ବ ବୈଠକର ନିଷ୍ପତ୍ତି ଅନୁସାରେ ମରାମତି କରାଯାଉଥିବା ନବ-ମାଳତୀ ଟ୍ରଷ୍ଟର ସମ୍ପାଦକ ଶିବରାମ ମିଶ୍ର କହିଛନ୍ତି । ଟ୍ରଷ୍ଟ ସମ୍ପାଦକଙ୍କ କହିବା ଅନୁସାରେ, ୨୦୨୦ ମସିହା ପର୍ଯ୍ୟନ୍ତ ଟ୍ରଷ୍ଟ କୁଟୀରର ମରାମତି କାମ କରିଥିଲା । ୨୦୨୧ରେ ସରକାର ଏହାର ସଂରକ୍ଷଣ ନେଇ ଆଗ୍ରହ ପ୍ରକାଶ କରିଥିଲେ । ପିଡବ୍ଲୁଡି ବିଭାଗ ପକ୍ଷରୁ ମାପଚୁପ ମଧ୍ୟ କରାଯାଇଥିଲା । ମାତ୍ର କୌଣସି ସଂରକ୍ଷଣ କାର୍ଯ୍ୟ କରାଯାଇନଥିଲା । ସରକାରୀ କାର୍ଯ୍ୟରେ ବିଳମ୍ବ ଦେଖି ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରଷ୍ଟର ବୈଠକ ବସିଥିଲା । ବୈଠକରେ ନୁମା-ବାପି କୁଟୀର ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ