Masthead

ନେଦରଲାଣ୍ଡସକୁ ହରାଇ ଦିୱାଲୀ ଗିଫ୍ଟ ଦେବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟିମ ଇଣ୍ଡିଆ ଦେବ ଦିୱାଲୀ ଗିଫ୍ଟ । ଦୀୱାଲୀ ପାଇଁ ସାରା ଦେଶ ଉତ୍ସବମୁଖର । ନେଦରଲାଣ୍ଡସକୁ ହରାଇ ଦିୱାଲୀ ଗିଫ୍ଟ ଦେବ ଟିମ୍ ଇଣ୍ଡିଆ । ଆଜି ଶେଷ ଲିଗ୍‌ରେ ଭାରତ-ନେଦରଲାଣ୍ଡସ ଲଢ଼େଇ । ବେଙ୍ଗାଲୁରୁରେ ମୁହାଁମୁହିଁ ହେବେ ଉଭୟ ଦଳ । ଭାରତ ୮ରୁ ୮ ବିଜୟ ସହ ଅପରାଜେୟ ଓ ଅପ୍ରତିଦ୍ୱନ୍ଦ୍ୱୀ ରହିଛି । ଆଜି ଭାରତ ନେଦରଲାଣ୍ଡ ବିପକ୍ଷରେ ବିଶ୍ବକପର ଶେଷ ଲିଗମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇ । ଅନ୍ୟପକ୍ଷେ, ମ୍ୟାଚରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ ।

କାରଣ, ଫୁଲ ଫର୍ମରେ ଥିବା କୋହଲି କାଲିର ମ୍ୟାଚରେ ଆଉ ଏକ ଶତକୀୟ ପାରି ଖେଳି ମାଷ୍ଟର ବ୍ଲାଷ୍ଟର ସଚିତ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୫୦ ଶତକ କରିବାର ରେକର୍ଡ ନିଜ ନାଁରେ କରିବାକୁ ଚାହିଁବେ । ଭାରତ ପ୍ରଥମ ଦଳ ଭାବେ ସେମିଫାଲନାଲରେ ପ୍ରବେଶ କରି ସାରିଥିବା ବେଳେ ନେଦରଲାଣ୍ଡ ବିଶ୍ବକପରୁ ବାହାର ହୋଇ ସାରିଛି । କେବଳ ଔପଚାରିତା ରହି ଯାଇଥିବା ଏହି ମ୍ୟାଚରେ ଭାରତ ବିଶେଷ କିଛି ପରିବର୍ତ୍ତନ ନକରି ଫିଲ୍ଡକୁ ଓହ୍ଲାଇ ପାରେ । ଅନ୍ୟପକ୍ଷରେ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ୧୫ ନଭେମ୍ବରରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଦୁଇ ଦେଶ ମଧ୍ୟରେ ଖେଳାଯିବା ୨୦୨୩ ବିଶ୍ବକପର ପ୍ରଥମ ସେମିଫାଇନାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ