Masthead

୨୧ ତାରିଖ ପରିବର୍ତ୍ତେ ୧୫ ତାରିଖରେ ମଣ୍ଡି ଖୋଲିବାକୁ ଦାବି

ଅତାବିରା(ବଡ଼ ଖବର ବ୍ୟୁରୋ): ୨୧ ତାରିଖ ପରିବର୍ତ୍ତେ ୧୫ ତାରିଖରେ ମଣ୍ଡି ଖୋଲିବାକୁ ଦାବି । ୧୫ରେ ମଣ୍ଡି ନ ଖୋଲିଲେ ଜବରଦସ୍ତ ଧାନ ପୁରାଇବେ ଚାଷୀ । ଏଭଳି ନିଷ୍ପତ୍ତି ନେଇଛି ବରଗଡ଼ ଜିଲା ଅତାବିରା ମାର୍କେଟ ୟାର୍ଡ଼ ଚାଷୀ ସଂଗଠନ । ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ନଭେମ୍ବର ୧୫ ରେ ମାର୍କେଟ ୟାର୍ଡ଼ ଖୋଲିବାକୁ ପୁଣି ଥରେ ଚେତାବନୀ ଦେବା ସହ ଏହାର ଖିଲାଫ ହେଲେ ଚାଷୀ ଜୋରଜବରଦସ୍ତ ମଣ୍ଡିକୁ ଧାନ ୧୫ ତାରିଖରେ ହିଁ ପୁରାଇବେ ବୋଲି କହିଛନ୍ତି । ମାର୍କେଟ ୟାର୍ଡ଼ ଗୁଡିକରେ ସୁରୁଖୁରୁରେ ଧାନ ବିକ୍ରି କରିବା ଓ ମଣ୍ଡି ପରିଚାଳନା ପାଇଁ ଚାଷୀଙ୍କ ପକ୍ଷରୁ ପ୍ରତି ୟାର୍ଡ଼ରେ ସଂଗଠନ ପକ୍ଷରୁ ମଣ୍ଡି କମିଟି ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଅତାବିରା ଅଞ୍ଚଳରେ ଧାନ ଅମଳ ଆରମ୍ଭ ହୋଇ ସାରିଛି । ଆସନ୍ତା ୧୫ ତାରିଖ ମଧ୍ୟରେ ଆହୁରି ପାଖାପାଖି ୩୦ ପ୍ରତିଶତ ଧାନ ଅମଳ ହୋଇ ବିକ୍ରି ପାଇଁ ସକ୍ଷମ ହୋଇଯିବ । ତେବେ ପ୍ରଶାସନ ୨୧ତାରିଖ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ଯୋଗୁଁ ଚାଷୀ ହଇରାଣ ହରକତ ହେବେ ଦର୍ଶାଇ ଗତ ସୋମବାର ଅତାବିରା କୃଷି କାର୍ୟ୍ୟାଳୟରୁ ତହସିଲ ଅଫିସ ଯାଏଁ ଏକ ଶୋଭାଯାତ୍ରାରେ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ବହୁ ସଦସ୍ୟମାନେ ଯାଇଥିଲେ । ସେଠାରେ ବରଗଡ଼ ଜିଲାପାଳଙ୍କ ଉଦ୍ଧେଶ୍ୟରେ ଅତାବିରା ତହସିଲଦାର ବ୍ରଜକିଶୋର ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତଥାପି ଜିଲା ପ୍ରଶାସନ କର୍ଣ୍ଣପାତ କରୁନାହିଁ । ବଢ଼ୁଛି ଚାଷୀ ଅସନ୍ତୋଷ, ଶୁଣୁନାହାନ୍ତି କଲେକ୍ଟର । ଏଣୁ ଆସନ୍ତା ୧୫ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ ମଣ୍ଡି ନ ଖୋଲିଲେ ବି ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରି ଜୋର ଜବରଦସ୍ତ ମଣ୍ଡିକୁ ଧାନ ପୁରାଇବ ବୋଲି ଚେତାବନୀ ଦେଇଛି ସଂଗଠନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା