Masthead

‘ଭାରାତ’ ନା ‘ଇଣ୍ଡିଆ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶାସକ ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ପଶାପାଲି ଖେଳ । ଖେଳରୁ ବାଦ ପଡ଼ିନି ଦେଶ । ଗୋଟିଏ ଦେଶ, ନାମକୁ ନେଇ ଦୁଇ ଭାଗରେ ବିଭକ୍ତ । ଇଣ୍ଡିଆ ଆଉ ଭାରତ । ଦୁଇଟି ଯାକ ସମାନ ହେଲେ ବିରୋଧର ମେଣ୍ଟ ର ନାମ ଇଣ୍ଡିଆକୁ ନେଇ ଆରମ୍ଭ ହୋଇଛି ବିବାଦ । ବିରୋଧୀ ମେଣ୍ଟର ନାମ ଇଣ୍ଡିଆ ରଖିବା ପରେ ରାଜନୀତି ହୋଇଛି ସରଗରମ । ଶାସକ ଦଳ ଦେଶର ନାମ ‘ଭାରତ’ ରଖିବା ପାଇଁ ଚଳାଇଛନ୍ତି ଉଦ୍ୟମ । ତାହା ପୁଣି ରାଷ୍ଟ୍ରପତିଙ୍କ ଜରିଆରେ। କେନ୍ଦ୍ର ଡାକିଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏନେଇ ବିଧେୟକ ଆସିବ।

ସେପଟେ ବିଜେପିର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ (ଆର୍‌ଏସ୍‌ଏସ୍‌) ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବାକୁ ପ୍ରସ୍ତାବ ଦେଇଥିଲା। ଗତ ଶୁକ୍ରବାର ଗୋହାଟିରେ ମୋହନ ଭାଗବତ କହିଥିଲେ, ଆମେ ‘ଇଣ୍ଡିଆ’ ବ୍ୟବହାର ବନ୍ଦ କରି ‘ଭାରତ’ କହିବା ଆରମ୍ଭ କରିବା ଉଚିତ। ବେଳେବେଳେ ଇଂଲିଶ ବୁଝୁଥିବା ଲୋକଙ୍କ ସହ କଥା ହେବା ସମୟରେ ଆମେ ‘ଇଣ୍ଡିଆ’ ବୋଲି କହିଥାଉ। ଏହା ଆପେ ଆପେ ଆସିଯାଇଥାଏ।

ତେବେ ତୁମେ ବିଶ୍ୱର ଯେଉଁଆଡ଼େ ଗଲେ ବି ଆମ ଦେଶର ନାମ ‘ ଭାରତ’ ହୋଇ ରହିଥିବ। ଖାଲି ସେତିକି ନୁହେଁ ଗତକାଲି ଜି-୨୦ ଡିନର ନିମନ୍ତ୍ରଣ କାର୍ଡକୁ ନେଇ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା । ନିମନ୍ତ୍ରଣ କାର୍ଡ଼ରେ ପ୍ରେସିଡ଼୍ରେଂଟ ଅଫ ଇଣ୍ଡିଆ ବଦଳରେ ଭାରତ ଲେଖାଯାଇଛି । ବୈଦେଶିକ ମନ୍ତ୍ରାଳୟ ତରଫରୁ ଏହି କାର୍ଡ ଛପା ଯାଇଥିବା ବେଳେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ବିଷୟକୁ ପସନ୍ଦ କରିନାହାନ୍ତି ବିରୋଧୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ