Masthead

ମେଳ ଖାଉନି ଟେଷ୍ଟ ରିପୋର୍ଟ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): କୋଭିଡ ଟେଷ୍ଟ ରିପୋର୍ଟକୁ ନେଇ ଜଗତସିଂହପୁରରେ ବିବାଦ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି ଟେଷ୍ଟ ରିପୋର୍ଟ । ଏପରିକି ଟେଷ୍ଟ ରିପୋର୍ଟ ଭୁଲ ଆସୁଥିବା ମଧ୍ୟ ଅଭିଯୋଗ ଆସୁଛି । ରୋଗୀଙ୍କୁ ଭୁଲ ଚିକିତ୍ସା କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ଟେଷ୍ଟ କରିଥିବା ରୋଗୀଙ୍କ ରିପୋର୍ଟ ପଜିଟିଭ୍ କୁହାଯାଉଥିବା ବେଳେ କୋଭିଡ ଟେଷ୍ଟ ଦାୟିତ୍ୱରେ ଥିବା କର୍ମଚାରୀମାନେ ରିପୋର୍ଟ ଦେଉନାହାନ୍ତି । ଆଶ୍ଚର୍ୟ୍ୟଜନକ ଭାବେ ଉକ୍ତ ରୋଗୀଙ୍କ କଟକ ମେଡିକାଲରେ ଟେଷ୍ଟ କରିବା ପରେ ରିପୋର୍ଟ ନେଗେଟିଭ ଆସିଛି । ପଟିଲୋ ପଞ୍ଚାୟତ ବାରଙ୍ଗ ଗ୍ରାମର ୬୦ ବର୍ଷୀୟ ଶ୍ୟାମ ସୁନ୍ଦର ବେହେରାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଥିଲେ । ସେଠାରେ ଡାକ୍ତରମାନେ ଶ୍ୟାମସୁନ୍ଦର ଆପେଣ୍ଡିସାଇଟ ରୋଗରେ ପୀଡ଼ିତ କହି କଟକ ପଠାଇଦେଲେ । କଟକର ଏକ ନର୍ସିଂହୋମରେ ଶ୍ୟାମ ସୁନ୍ଦର ପହଞ୍ଚିବା ପରେ ତାଙ୍କ କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ । କୋଭିଡ ଟେଷ୍ଟ ପାଇଁ ତାଙ୍କୁ ଜଗତସିଂହପୁର ଅଣାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି କୋଭିଡ ଟେଷ୍ଟ କରି ଶ୍ୟାମସୁନ୍ଦର କୋଭିଡ ପଜିଟିଭ ବୋଲି କୁହାଯାଇଥିଲା । ତେବେ ତାଙ୍କର ପେଟ ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ତାଙ୍କୁ କଟକ ମେଡିକାଲ ନେଇଯାଇଥିଲେ । କଟକ ମେଡିକାଲରେ ଓପିଡି କାର୍ଡ ନମ୍ବର କାଜୁଆଲଟି ୭୧୩୨୦ ଅନୁସାରେ କୋଭିଡ ଟେଷ୍ଟ କରାଯାଇଥିଲା । ମାତ୍ର କଟକ ଏସସିବି ମେଡିକାଲରେ ଶ୍ୟାମସୁନ୍ଦରଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ଏବଂ ଡାକ୍ତର ତାଙ୍କୁ ଆପେଣ୍ଡିସାଇଟ ନ ଥିବା କହିଥିଲେ । ସାଧାରଣ ଚିକିତ୍ସା ପରେ ସେ ଆରୋଗ୍ୟ ହୋଇ ଫେରିଛନ୍ତି । ଏ ଭଳି ସ୍ଥିତିରେ ଶ୍ୟାମସୁନ୍ଦରଙ୍କ ପୁଅ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି କୋଭିଡ ରିପୋର୍ଟ ମାଗିବାରୁ କର୍ମଚାରୀ ରିପୋର୍ଟ ଦିଆଯିବ ନାହିଁ ବୋଲି କହି ଫେରାଇ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଲ କୋଭିଡ ରିପୋର୍ଟ ସାଙ୍ଗକୁ ଭୁଲ ଚିକିତ୍ସାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା