Masthead

ଆଜିଠୁ ଭାରତ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଓ୍ୱାନଡେ ସିରିଜ୍ । ଜୋହାନ୍ସବର୍ଗରେ ଆଜି ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ । ଭାରତୀୟ ସମୟ ଦିନ ୧ଟା ୩୦ରେ ହେବ ମୁକାବିଲା । କେ. ଏଲ ରାହୁଲଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଘରୋଇ ଦଳ । କ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ୧-୧ରେ ଡ୍ର କରିଥିବା ବେଳେ ଏବେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ ଏବଂ ଶେଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ଖେଳାଯିବ।

ଆଜି ଜୋହାନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଭାରତ ପାଇଁ ଟି-୨୦ ସିରିଜର ନେତୃତ୍ୱ ନେଇଥିଲେ ମଧ୍ୟ ଓ୍ୱାନଡେ ସିରିଜ୍ ରେ କେଏଲ ରାହୁଲଙ୍କୁ ଦଳର ନେତୃତ୍ୱ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଧଳା ବଲ୍ ଶୃଙ୍ଖଳା ଦଳରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସାମିଲ କରିନଥିଲେ ଟିମ୍ ଇଣ୍ଡିଆର ଚୟନକର୍ତ୍ତା।

ଭାରତର ପ୍ଲେଇଙ୍ଗ୍ ଇଲେଭେନରେ କେଏଲ ରାହୁଲ (ଅଧିନାୟକ), ଶ୍ରେୟସ ଆୟର, ତିଲକ ବର୍ମା, ସଞ୍ଜୁ ସାମସନ, ସିଦ୍ଧାର୍ଥ ପଟିଦାର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆବେଶ ଖାନ ଖେଳୁଥିବା ବେଳେ ଦକ୍ଷିଣ ଆଫ୍ରିକାର ପ୍ଲେଇଙ୍ଗ୍ ଇଲେଭେନରେ ରିଜା ହେଣ୍ଡ୍ରିକ୍ସ, ଟୋନି ଡି ଜୋର୍ଜି, ରାସି ଭାନ୍ ଡେର୍ ଡୁସେନ୍, ଏଡେନ୍ ମାର୍କରାମ (ଅଧିନାୟକ), ହେନରିଚ୍ କ୍ଲାସେନ୍, ଡେଭିଡ୍ ମିଲର୍, ଭିଆନ୍ ମଲ୍ଡର୍, ଆଣ୍ଡିଲେ ଫେଲୁକ୍ୱାୟୋ, କେଶବ ମହାରାଜ, ନନ୍ଦ ବର୍ଗର୍, ଲିଜାଦ ୱିଲିୟମ୍ସ ଖେଳିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ