Masthead

ବିଜେପି ଦଖଲକୁ ଗଲା ଦେଶର ରାଜଧାନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀରେ ମୋଦୀ ମ୍ୟାଜିକ୍ । ହଟିଲା ଝାଡୁ, ଫୁଟିଲା ପଦ୍ମ । ବୃହତ୍ତ ବିଜୟ ହାସଲ କଲା ଭାରତୀୟ ଜନତା ପାଟି । ବିଜେପି ଦଖଲକୁ ଗଲା ଦେଶର ରାଜଧାନୀ । ଫେରିପାଇଲା ନୂଆଦିଲ୍ଲୀ । ଦୂରଦୂର ତକ୍ ଛୁଇଁ ପାରିଲାନି ଆମ ଆଦମୀ ପାର୍ଟି । କମାଲ କଲା ମୋଦୀ ଗ୍ୟାରେଣ୍ଟି । ହାଟ୍ରିକ ମାରିବା ଚକରରେ ଧୂଳିସାତ ହୋଇଗଲା ଝାଡୁ ଦଳ । ଦେଶର ରାଜଧାନୀକୁ ଦୀର୍ଘ ୨୭ବର୍ଷ ପରେ ନିଜ ଦଖଲକୁ ନେଲା ବିଜେପି । ଦେଶରେ ଲଗାତାର ମୋଦୀ ଶାସନ ଚାଲିଥିବା ସତ୍ୱେ ଦିଲ୍ଲୀକୁ କବଜାକୁ ଆଣିପାରି ନଥିଲା ବିଜେପି ।

କିନ୍ତୁ ୨୦୨୫ ବିଧାନସଭା ସାଧାରଣ ନିର୍ବାଚନରେ ବାଜିମାରିନେଲା ପଦ୍ମଦଳ । ଦୁଇଦୁଇ ଥର ଶାସନ ଗାଦିକୁ ଅତିୟାର କରି ବସିଥିବା ଆପକୁ ଲାଗିଛି ବଡ ଝଟକା । ମୋଦୀ ମ୍ୟାଜିକ୍ ଆଗରେ ଫେଲ ମାରିଛି ଅରବିନ୍ଦଙ୍କ ଚାଲ । ଦିଲ୍ଲୀ ବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବିଜେପି । ଦିଲ୍ଲୀ ଦଖଲ ପରେ ବିଜେପି କ୍ୟାମ୍ପରେ ଖୁସିର ମାହୋଲ । ବାଜା ବାଣରେ ଉଠୁଛି ପଡୁଛି ଦେଶର ରାଜଧାନୀ । ମିଠ ବଣ୍ଟନ ସାଙ୍ଗକୁ ଜମୁଛି ବିଜୟ ଉସôବ । ନେତାଙ୍କ କର୍ମୀଙ୍କ ଭିତରେ ଭରିଯାଇଛି ଖୁସି । ସେଲିବ୍ରେସନ ପାଳନ କରିବା ସହ ବିଜୟୀ ପ୍ରାର୍ଥୀଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ବାର୍ତ୍ତ ।

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଷ୍ଟ୍ରୀୟ ଅଧକ୍ଷଙ୍କ ସହ ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ନେତା ଜଣାଉଛନ୍ତି ଅଭିନନ୍ଦନ । ସେପଟେ ବିଜୟ ପରେ ପରବେଶ ବର୍ମା କହିଛନ୍ତି, ୧୦ ବର୍ଷ ହେବେ ଦିଲ୍ଲୀରେ କିଛି କାମ ହୋଇପାରୁ ନଥିଲା । ଏବେ ଦିଲ୍ଲୀରେ ଯେଉଁ ସରକାର ହେଉଛି ତାହା ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ଆଣିବ । ମୋ ବିଜୟ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲବାସୀଙ୍କୁ ଦେଉଛି । ଦିଲ୍ଲୀ ଜନତାଙ୍କୁ ଧନ୍ୟବାଦ ଦେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ