Masthead

ଖୋଲିବ କି ଆଇଏସଆଇ ଲିଙ୍କ୍?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରୁ ଧରାପଡିଥିବା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସଇଦ ଇଶାନ ବୁଖାରୀର ଆଇଏସଆଇ ଲିଙ୍କର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଗିରଫ ପରେ ଗତକାଲି ତାକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଚଣ୍ଡିଖୋଲ କୋର୍ଟରେ ତାକୁ ହାଜର କରଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ହାଜର ପରେ ତାକୁ ଯାଜପୁର ଜିଲ୍ଲା ଉପକାରଗାରରେ ରଖାଯାଇଛି।

କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପିଏମଓ ଅଫିସର କର୍ମଚାରୀ ଭାବେ ପରିଚୟ ଦେଇ ଦୀର୍ଘ ୫ ବର୍ଷ ଧରି ଯାଜପୁରରେ ରହିଆସୁଥିବା ଈଶାନ ବୁଖାରୀଙ୍କୁ ଶନିବାର ଦିନ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ। ୨୦୧୮ ମସିହାରୁ ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଯାଜପୁରର ଧର୍ମଶାଳା ଅଞ୍ଚଳରେ ଭଡ଼ାଘର ନେଇ ରହିଆସୁଥିଲେ ଈଶାନ ବୁଖାରୀ।

ଈଶାନଙ୍କ ଘର କଶ୍ମୀରା କୁପଓ୍ଵାଡାରେ। ବିଭିନ୍ନ ଅପରାଧୀକ କାରର୍ଯ୍ୟକଳାପରେ ଲିପ୍ତ ରହିବା ସହ କଶ୍ମୀର ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ଈଶାନର ନାଁ ରହିଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହ ଈଶାନଙ୍କର ସମ୍ପର୍କ ରହିଥିବା କୁହାଯାଉଛି। ପୋଲିସଠାରୁ ନିକୁ ବଞ୍ଚାଇବା ପାଇଁ ଈଶାନ କଶ୍ମୀର ଛାଡ଼ି କେରଳ ପଳାଇଥିଲେ। ପରେ ନିଜର ପରିଚୟ ବଦଳାଇ ଭିନ୍ନ ସ୍ଥାନରେ ରହୁଥିଲେ। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଧର୍ମଶାଳାଠାରେ ଘର ଭଡ଼ା କରି ରହିଆସୁଥିଲେ। ଏଠାରେ ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ଝିଅ ମଧ୍ୟ ଅଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ