Masthead

୨୦୧୫ରେ ଅବଦୁଲ ରେହମାନ, ୨୦୨୩ରେ ସୟଦ ଇଶାନ ବୁଖାରି ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଓଡ଼ିଶାରୁ ଆତଙ୍କବାଦୀ ସନ୍ଦେହରେ ଆଉ ଜଣେ ଗିରଫ । ଯାଜପୁର ଧର୍ମଶାଳା ନେଉଳପୁରରୁ ଗିରଫ ହୋଇଛି ସୟଦ ଇଶାନ ବୁଖାରି । ଠକେଇ, ଦେଶ ବିରୋଧୀ ତତ୍ତ୍ୱ ସହ ଲିଙ୍କ ଥିବା ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଂଚ ଏସଟିଏଫ । କେତେବେଳେ ନିଜକୁ ପିଏମଓ ଅଧିକାରୀ କହୁଥିଲା ତ କେତେବେଳେ ଏନଆଇଏର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ ଥିବା କହୁଥିଲା ଶୟଦ ଇଶାନ ବୁଖାରୀ । କେରଳର କିଛି ସନ୍ଦିଗ୍ଧ, ପାକିସ୍ତାନୀଙ୍କ ସହ ଯୋଗାଯୋଗରେ ଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ଆଇଜି । ଗିରଫ ଅଭିଯୁକ୍ତଠାରୁ ବହୁ ପରିମାଣରେ ଜାଲ ଡକୁ୍ୟମେଣ୍ଟ ଜବତ କରାଯାଇଛି । ଗିରଫ ବୁଖାରୀର ଆତଙ୍କୀ ଲିଙ୍କ ନେଇ ଯାଂଚ ଚାଲିଥିବା କହିଛନ୍ତି କ୍ରାଇମବ୍ରାଂଚ ଆଇଜି ଜୟ ନାରାୟଣ ପଙ୍କଜ ।

କାଶ୍ମୀର, ୟୁପି, ମହାରାଷ୍ଟ୍ର, ଓଡ଼ିଶାରେ ୬, ୭ଯୁବତୀଙ୍କୁ ବିବାହ କରିଥିବା ସୂଚନା ମିଳିଛି । ବିଭିନ୍ନ ୱେବସାଇଟ ଓ ଆପ୍ରେ ଯୁବତୀଙ୍କ ସହ ସମ୍ପର୍କ ମଧ୍ୟ ରଖୁଥିଲା । ନିଜକୁ ଡାକ୍ତର କହି ୨୦୧୮ରୁ ଓଡ଼ିଶାରେ ରହୁଥିଲା ବୁଖାରୀ । କାଶ୍ମୀର, ପଞ୍ଜାମ ପୋଲିସ ସହ ଯୋଗାଯୋଗରେ ଥିବା କହିଛନ୍ତି କ୍ରାଇମବ୍ରାଂଚ ଆଇଜି । ଆତଙ୍କୀ ସନ୍ଦେହରେ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି ଏସଟିଏଫ । ଠକେଇ ମାମଲାରେ କାଶ୍ମୀର ପୋଲିସର ୱାଣ୍ଟେଡ ଲିଷ୍ଟରେ ଥିବା ମଧ୍ୟ କହିଛନ୍ତି ଜୟ ନାରାୟଣ ପଙ୍କଜ । ବୁଖାରୀ କେଉଁ ଆତଙ୍କବାଦୀ ସଗଠନ ସହ କାମ କରୁଛି ଏବଂ କେଉଁ ଆତଙ୍କୀ ଆକ୍ରମଣରେ ତାର ସଂପୃକ୍ତି ରହିଛି ସେନେଇ ପୋଲିସ ଅଧିକ ଖୋଳତାଡ କରୁଛି । ତା ପାଖରୁ ଜବତ ହୋଇଛି ଭିନ୍ନ ଭିନ୍ନ ଦେଶର ମେଡିକାଲ ସାର୍ଟିଫିକେଟ । ଫେକ ଆଇ କାର୍ଡ, ଏଟିଏମ, ବ୍ଲାଙ୍କ ଚେକ, ଆଧାର କାର୍ଡ ମଧ୍ୟ ଜବତ ହୋଇଛି । ସେପଟେ ସ୍ଥାନୀୟ ଲୋକେ କହିଛନ୍ତି ସନେ୍ଦହ ହେବାରୁ ପୋଲିସକୁ ଜଣାଇଥିଲୁ କିନ୍ତୁ ପୋଲିସ ଧ୍ୟାନ ଦେଇନଥିବା କହିଛନ୍ତି । ଓଡ଼ିଶାକୁ ସୁରକ୍ଷିତ ଜାଗା ଭାବୁଛନ୍ତି ଆତଙ୍କୀ । ୮ ବର୍ଷ ପୂର୍ବରୁ ୨୦୧୫ ଡିସେମ୍ବର ୧୬ରେ ମଧ୍ୟ କଟକରୁ ଏକ ଆତଙ୍କବାଦୀକୁ ଗିରଫ କରାଯାଇଥିଲା । ଅଲକାଏଦା ସହ ଲିଙ୍କ ଥିବା ସନ୍ଦେହ କରି ଅବଦୁଲ ରେହମାନକୁ ଆରେଷ୍ଟ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ