Masthead

ନଭେମ୍ବରରେ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଚଳିତ ବର୍ଷ ଶେଷରେ ଭାରତ ଏବଂ ଭାରତ ମଧ୍ୟରେ ବର୍ଡ଼ର-ଗାଭାସ୍କର ସିରିଜ୍ ଖେଳାଯିବ। ଏନେଇ ଉଭୟ ବିସିସିଆଇ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ସୂଚୀ ଚୂଡ଼ାନ୍ତ କରିଛନ୍ତି। ଏହି ଶୃଙ୍ଖଳା ଟି-୨୦ ରୁ ଆରମ୍ଭ ହୋଇ ଟେଷ୍ଟରେ ଶେଷ ହେବେ। ନଭେମ୍ବର ୨୭ରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବା ପରେ ଡିସେମ୍ବର ୪ରୁ ୩ଟି ଦିନିକିଆ ମ୍ୟାଚ ଓ ଶେଷରେ ଡିସେମ୍ବେର୍ ୧୭ରେ ୪ ଟିକିଆ ଟେଷ୍ଟ ସିରିଜ ଆରମ୍ଭ ହୋଇ ଜାନୁଆରୀ ୧୯ରେ ଶେଷ ହେବ। ଡିସେମ୍ବର ୧୭ରେ ପ୍ରଥମ ଟେଷ୍ଟ ଆଡିଲେଡ୍ ଓଭାଲରେ ଦିବାରାତ୍ରି ଟେଷ୍ଟ ଖେଳାଯିବ। ଯାହା ବିରାଟ କୋହଲିଙ୍କ ଦଳ ପ୍ରଥମ ଥର ପାଇଁ ବିଦେଶୀ ମାଟିରେ ଗୋଲାପୀ ବଲ୍ ଟେଷ୍ଟ ଖେଳିବେ । ଦିନରାତି ଟେଷ୍ଟ ମ୍ୟାଚ୍ ଡିସେମ୍ବର ୧୭ ରୁ ୨୧ ମଧ୍ୟରେ ଖେଳାଯିବ । ଅବଶିଷ୍ଟ ତିନୋଟି ଟେଷ୍ଟ ମେଲବୋର୍ଣ୍ଣ (ଡିସେମ୍ବର ୨୬-୩୦), ସିଡନୀ (ଜାନୁଆରୀ ୭-୧୧) ଏବଂ ବ୍ରିସବେନ୍ (ଜାନୁଆରୀ ୧୫-୧୯)ରେ ଅନୁଷ୍ଠିତ ହେବ । ୨୦୧୮-୧୯ରେ ଖେଳା ଯାଇଥିବ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରି ଭାରତ ବର୍ଡ଼ର-ଗାଭାସ୍କର ଟ୍ରଫି ବଜାୟ ରଖିଥିଲା। ୟୁଏଇରେ ଅନୁଷ୍ଠିତ ହେଉଥିବା ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ସମାପ୍ତ ହେବା ପରେ ବର୍ଡ଼ର୍-ଗାଭାସ୍କର ସିରିଜ୍ ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଯିବେ ବୋଲି ଆଶା କରାଯାଉଛି । ଖେଳାଳିମାନେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ସେମାନେ ବାଧ୍ୟତାମୂଳକ କ୍ୟାରେଣ୍ଟାଇନ୍ ଅବଧି ପରେ ଏକ ବାୟୋ-ସୁରକ୍ଷିତ ପରିବେଶରେ ରହିବେ । ଟେଷ୍ଟ ବିଶେଷଜ୍ଞ ଚେତେଶ୍ୱର ପୂଜାର ଓ ହନୁମା ବିହାରୀ ଅକ୍ଟୋବର ଶେଷ ସପ୍ତାହରେ ୟୁଏଇ ପହଞ୍ଚି ସେଠାରେ ସଙ୍ଗରୋଧ ସମୟ ବିତାଇପାରିବେ, ଯାହା ଫଳରେ ଅଷ୍ଟ୍ରେଲିଆରେ ସଙ୍ଗରୋଧର ସମୟ କମିଯାଇପାରିବ ବୋଲି ବିସିସିଆଇ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ