Masthead

୩ କୋଟି ଟପିଲା ଟିକାକରଣ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ୩ କୋଟି ଟପିଲା ଟିକାକରଣ । ଗୋଟିଏ ଦିନରେ ୨ଲକ୍ଷ ୪୩ହଜାର ୭୨ ହିତାଧିକାରୀ ଟିକା ନେବା ପରେ ସମୁଦାୟ ଟିକାକରଣ ସଂଖ୍ୟା ୩କୋଟି ୧୦ଲକ୍ଷ ୫ହଜାର ୯୮୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୨କୋଟି ୧୭ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଓ ୮୨ଲକ୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ଏବେ ସୁଦ୍ଧା ୨୬.୭ ପ୍ରତିଶତ ବା ୮୨ଲକ୍ଷ ୬୪ହଜାର ୯୦୬ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୩.୧ କୋଟି ହିତାଧିକାରୀଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ଏବେ ଦୈନିକ ୪ଲକ୍ଷ ଟିକାକରଣ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ ଟିକାକରଣ ବଢ଼ିବାରେ ଲାଗିଛି। ଆଜି ୧୩୪୪ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮-୪୪ବର୍ଗର ୯୪ହଜାର ପ୍ରଥମ, ୬୮,୧୦୦ ଦ୍ବିତୀୟ ଡୋଜ୍, ୪୫ବର୍ଷରୁ ଅଧିକ ୪୧,୬୧୪ ପ୍ରଥମ ଓ ୩୮,୦୭୭ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ରାଜ୍ୟରେ ଏବେ ସୁଦ୍ଧା ୧୮-୪୪ବର୍ଗର ୬୦ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୧ ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ୍ ନେଇ ସାରିଲେଣି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି