Masthead

ରାସ୍ତା ପାଲଟିଛି ମରଣଜନ୍ତା

ବୈପାରିଗୁଡା,(ବଡ଼ ଖବର ବ୍ୟୁରୋ): ସରକାର ଯାତାୟତର ସୁବିଧା ପାଇଁ ଅନେକ ଯୋଜନା କରିଚାଲିଛନ୍ତି କିନ୍ତୁ ଏହାର ରକ୍ଷଣାବେକ୍ଷଣ ଓ ମରାମତିରେ ଅବହେଳା ଯୋଗୁଁ ରାସ୍ତା ଗୁଡିକ ପାଲଟିଯାଉଛି ମରଣଜନ୍ତା । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ି ପଞ୍ଚାୟତର ପାଣ୍ଡ୍ରିପାଣି ଗ୍ରାମରେ। ଏହି ଗ୍ରାମର ରାସ୍ତା କଥା କହିଲେ ନ ସରେ । ରାସ୍ତା ଖରାପ ଯୋଗୁଁ ପ୍ରତିଦିନ ଛୋଟବଡ ଦୂର୍ଘଟଣାମାନ ଘଟୁଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ସ୍ୱାଧୀନତା କୁ ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ପାଣ୍ଡ୍ରିପାଣି ଗ୍ରାମକୁ ରାସ୍ତାଟିଏ ନାହିଁ ।

ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଦଣ୍ଡାବାଡ଼ି ପଞ୍ଚାୟତ କାର୍ୟ୍ୟାଳୟକୁ ଆସିଥାନ୍ତି କିନ୍ତୁ ରାସ୍ତା ଖରାପ ଯୋଗୁଁ ଲୋକେ ନାହିଁ ନ ଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ପ୍ରାୟ ୨ଶହ ପରିବାର ଅର୍ଥାତ ୧ ହଜାର ରୁ ଉର୍ଦ୍ଧ ଲୋକେ ନିର୍ଭର କରିଥାନ୍ତି । ତେବେ ଏହି ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଯାଇଛି । ଯେଉଁଥିପାଇଁ ଲୋକମାନେ ଯାତାୟତରେ ଅସୁବିଧା ଭୋଗିବା ସହ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି