Masthead

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦

ରାୟପୁର (ବଡ଼ ଖବର ବ୍ୟୁରୋ): ଭାରତ ଓ ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ । ରାୟପୁରରେ ଖେଳାଯିବ ମ୍ୟାଚ । ଭାରତ ନିକଟରେ ଶୃଙ୍ଖଳା ବିଜୟ ନେଇ ସୁଯୋଗ ରହିଥିବାବେଳେ ଅଷ୍ଟ୍ରେଲିଆ ବରାବର ସ୍ଥିତିକୁ ଆଣିବା ନେଇ କରିବ ପ୍ରୟାସ । ଶେଷ ୩ଟି ଯାକ ମ୍ୟାଚରୁ ୫ଟି ଇନିଂସରେ ୨୦୦ରୁ ଅଧିକ ରନ ସ୍କୋର ହୋଇଛି। ୪ର୍ଥ ମ୍ୟାଚରେ ମଧ୍ୟ ବ୍ୟାଟ୍‌ସମ୍ୟାନଙ୍କ ରାଜୁତି ଦେଖିବା ନେଇ ଆଶା କରାଯାଉଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମ ଦୁଇ ମ୍ୟାଚକୁ ଦୁଇ ୱିକେଟ ଓ ୪୪ରନରେ ବିଜୟ ହାସଲ କରିଥିବାବେଳେ ୩ୟ ମ୍ୟାଚରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ।

ଦଳ ୩ୟ ମ୍ୟାଚରେ ଭାରତକୁ ୫ୱିକେଟରେ ପରାସ୍ତ କରି ଶୃଙ୍ଖଳାକୁ ଫେରିଛି। ଭାରତୀୟ ବ୍ୟାଟ୍‌ସମ୍ୟାନ ଭାବେ ଚମତ୍କାର ଫର୍ମରେ ଥିବାବେଳେ ବୋଲିଂକୁ ନେଇ ଚିନ୍ତା ଘାରିଛି। ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ ‌ଶେଷ ମ୍ୟାଚରେ ଚମତ୍କାର ୧୨୨ରନର ଇନିଂସ ଖେଳିଥିଲେ। ଏହାବାଦ୍‌ ଯଶସ୍ବୀ ଜୟସୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ ଓ ରିଙ୍କୁ ସିଂହ ମଧ୍ୟ ଫର୍ମ‌ରେ ରହିଛନ୍ତି। ବୋଲିଂକୁ ନେଇ ଭାରତ ଚିନ୍ତାରେ ପଡ଼ିଛି। ଶୃଙ୍ଖଳା ମଝିରୁ ବିବାହ ପାଇଁ ଘରକୁ ଫେରି ଯାଇଥିବା ମୁକେଶ କୁମାରଙ୍କ ସ୍ଥାନରେ ଶେଷ ଦୁଇ ମ୍ୟାଚ ଲାଗି ଦୀପକ ଚହରଙ୍କୁ ସାମିଲ କରାଯାଇଛି। ଚହର ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଖେଳିବା ନେଇ ଆଶା କରାଯାଉଛି। ସେହିପରି ଶ୍ରେୟାସ ଆୟର ମଧ୍ୟ ଦଳରେ ସାମିଲ ହୋଇଛନ୍ତି।

ଆୟର ତିଲକ ବର୍ମାଙ୍କ ସ୍ଥାନରେ ଖେଳିବାର ଆଶା କରାଯାଉଛି। ଅନ୍ୟପକ୍ଷରେ ମାଥ୍ୟୁ ୱେଡଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରୁଛି। ବ୍ୟାଟିଂରେ ଟ୍ରେଭିସ ହେଡ୍‌, ଆରୋନ ହାର୍ଡି, ଟିମ୍‌ ଡେଭିଡ୍‌, କ୍ରିସ ଗ୍ରୀନ ଓ ମାଥ୍ୟୁ ୱେଡ୍‌ ରହିଛନ୍ତି। ‌ଶେଷ ମ୍ୟାଚରେ ଅପରାଜିତ ଶତକ ଅର୍ଜନ କରି ମ୍ୟାଚ ଜିତାଇଥିବା ଗ୍ଲେନ ମ୍ୟାକ୍ସୱେଲ ଓ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଷ୍ଟିଭେନ୍‌ ସ୍ମିଥ୍‌ ଅଷ୍ଟ୍ରେଲିଆ ଫେରି ଯାଇଥିବାରୁ ଶେଷ ଦୁଇ ମ୍ୟ‌ାଚ ଖେଳିବେ ନାହିଁ। ଦଳରେ ୪ଜଣ ନୂତନ ଖେଳାଳି ଜୋଶ ଫିଲିପ୍ସ, ବେନ୍‌ ମ୍ୟାକ୍‌ଡରମଟ୍‌, ବେନ୍‌ ୱାରସୁଇସ ଓ କ୍ରିସ ଗ୍ରୀନ ସାମିଲ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?