Masthead

ରୋହିତ, ଯଶସ୍ୱୀଙ୍କ ଅର୍ଦ୍ଧଶତକ, ଭାରତ ପ୍ରଥମ ଦିନରେ ୨୮୮/୪

ପୋର୍ଟ ଅଫ୍ ସ୍ପେନ୍‌: (ବଡ଼ ଖବର ବ୍ୟୁରୋ):  ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ । ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟରେ ଭାରତୀୟ ଓପନର ଭଲ ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲ୍‌ ଅର୍ଦ୍ଧଶତକ କରିଛନ୍ତି । କୋହଲି ୮୭ ଓ ରବିନ୍ଦ୍ର ଜାଡେଜା ୩୬ ରନ କରି କରି ଅପରାଜିତ ରହିଛନ୍ତ । ଏହା ଫଳରେ ଭାରତ ପ୍ରଥମ ଦିବସରେ ୪ଟି ୱିକେଟ ହରାଇ ୨୮୮ ରନ କରିଛି । ୧୦୦ତମ ଟେଷ୍ଟ ମୁକାବିଲାରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଘରୋଇ ଦଳ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ଓପନିଂ କରିଥିଲେ ଅଧିନାୟକ ରୋହିକ ଶର୍ମା ଓ ଯଶସ୍ବୀ ଜୟସ୍ବାଲ୍‌ । ଦୁଇ ଖେଳାଳିଙ୍କ ମଧ୍ୟରେ ଶତକୀୟ ଭାଗୀଦାରୀ ଗଠନ ହୋଇଥିଲା ।

ଉଭୟ ଜବରଦସ୍ତ ବ୍ୟାଟିଂ କରି ଦଳର ରନକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର ୧୩୯ରେ ଯଶସ୍ବୀ ୫୭ ରନ କରି ଜାସନ ହୋଲ୍ଡରଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମନ ଗିଲ ବେଶୀ ସମୟ ତିଷ୍ଠି ପାରି ନଥିଲେ । ବ୍ୟକ୍ତିଗତ ୧୦ରନ କରି କେମାର ରୋଚାଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଦଳୀୟ ସ୍କୋର ୧୫୫ରେ ରୋହିତ ଶର୍ମା ୮୦ ରନ କରି ଜୋମେଲ ୱାରିକାନଙ୍କ ବଲରେ ବୋଲ୍ଡ ହୋଇଥିଲେ । ପରେ ପରେ ଅଜିଙ୍କ୍ୟ ରାହାଣେ ୩୬ ବଲରୁ ୮ରନ କରି ଆଉଟ ହୋଇଥିଲେ । ଏବେ ବିରାଟ କୋହଲି ଓ ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ