Masthead

ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ଡ୍ରୋନ ପ୍ରତିରକ୍ଷା କିଣିବ ଭାରତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୂଆ ଫର୍ମାଟ ଆପଣାଉଛନ୍ତି ଆତଙ୍କବାଦୀ । ଏବେ ଡ୍ରୋନ ମାଧ୍ୟମରେ ଭାରତ ଉପରକୁ ଆକ୍ରମଣ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି । କିଛି ଦିନ ତଳେ ପାକିସ୍ତାନୀ ଆତଙ୍କବାଦୀମାନଙ୍କ ଦ୍ୱାରା ଡ୍ରୋନ ବ୍ୟବହାର କରି ଜମ୍ମୁରେ ଥିବା ଭାରତୀୟ ଏୟାର ବେସ ଉପରକୁ ଡ୍ରୋନ ଆକ୍ରମଣ ପରେ ଏବେ ଏହାକୁ ନେଇ ଅଧିକ ସତର୍କ ହେଉଛି ଭାରତୀୟ ସେନା । ଭବିଷ୍ୟତରେ ଏଭଳି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଇସ୍ରାଇଲ ଠାରୁ ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା କିଣିବ ଭାରତୀୟ ସେନା ।

ଇସ୍ରାଇଲ ଏୟାରସ୍ପେଶ ଇଣ୍ଡଷ୍ଟ୍ରିଜଠାରୁ ଭାରତ ଏଲି-୪୦୩୦ ଡ୍ରୋନ ଗାର୍ଡ଼ ସିଷ୍ଟମ କିଣିବାକୁ ବୁଝାମଣା ହୋଇଥିବା ଜଣାପଡ଼ିଛି । ଆଇଏଆଇର ରିପୋର୍ଟ ମୁତାବକ ଏକ ଦକ୍ଷିଣ ଏସିୟ ଦେଶକୁ ଏଲି-୪୦୩୦ ବିକ୍ରି କରିଛି । ତେବେ ଏହି ଦକ୍ଷିଣ ଦେଶ ଭାରତ ବୋଲି କୁହାଯାଉଛି । ଇସ୍ରାଏଲର ଏହି ଡ୍ରୋନ ପ୍ରତିରକ୍ଷା ବ୍ୟବସ୍ଥା ସ୍ବଳ୍ପ, ମଧ୍ୟମ ଓ ଦୂରଗାମୀ ରେଞ୍ଜ ସହ ଆସୁଛି । ଏହା ଯେକୌଣସି ଡ୍ରୋନକୁ ଆକାଶ ମାର୍ଗରେ ହିଁ ଧ୍ବଂସ କରିବାକୁ ସକ୍ଷମ । ଏହି ବ୍ୟବସ୍ଥାକୁ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନରେ ମୁତୟନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ