ଜାନୁଆରୀ ୪ରେ ହେବ ୪ ରାଜ୍ୟସଭା ଆସନ ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜାନୁଆରୀ ୪ରେ ହେବ ୪ ରାଜ୍ୟସଭା ଆସନ ନିର୍ବାଚନ । ରାଜ୍ୟସଭାର ଖାଲି ହେବାକୁ ଥିବା ୪ଟି ଆସନ ପାଇଁ ହେବ ନିର୍ବାଚନ । ଜାନୁୟାରୀ ୪ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରୁ ୩ଟି ଏବଂ ସିକିମରୁ ଗୋଟିଏ ଆସନ ଖାଲି ହେବାକୁ ଯାଉଛି। ଜାନୁୟାରୀ ୨୭ରେ ଏଏପି ସାଂସଦ ସଞ୍ଜୟ ସିଂ, ସୁଶୀଲ କୁମାର ଗୁପ୍ତା ଏବଂ ନାରାୟଣ ଦାସ ଗୁପ୍ତାଙ୍କ କାର୍ୟ୍ୟକାଳ ଶେଷ ହେବ।

ସେହିପରି ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ସାଂସଦ ହିଶେ ଲାଚୁଙ୍ଗପାଙ୍କ କାର୍ୟ୍ୟକାଳ ଫେବୃୟାରୀ ୨୩ରେ ସରିବ। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ସଞ୍ଜୟ ଗିରଫ ହୋଇ ଜେଲରେ ଅଛନ୍ତି। ବିଶୃଙ୍ଖଳିତ ବ୍ୟବହାର ପାଇଁ ଗତ ଜୁଲାଇ ୨୪ରେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବନ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’