Masthead

ଗୋଟିଏ ପ୍ରଶ୍ନ, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଉପରେ ସମସ୍ତଙ୍କ ନଜର । କିନ୍ତୁ ଏ ନେଇ କିଛି ଚୂଡ଼ାନ୍ତ ହୋଇପାରି ନାହିଁ। ୪ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ବିଜେପି ରାଜ୍ୟ ନେତୃବୃନ୍ଦ ଗୁରୁବାର ଓଡ଼ିଶା ଫେରିବା ପରେ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ସମସ୍ତଙ୍କ ଧାରଣା ଥିଲା। ହେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ରଖିଥିବା ମତ ମେଣ୍ଟ ଚିତ୍ରକୁ ଆହୁରି ଅସ୍ପଷ୍ଟ କରିଦେଇଛି।

ତେବେ ମେଣ୍ଟ ନ ହେବା କଥା ସେ ଦୃଢ଼ତାର ସହ କହୁନାହାନ୍ତି। ସମାନଭାବେ ଗୁରୁବାର ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାମାନଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ମଧ୍ୟ ମେଣ୍ଟ ବିଷୟରେ କିଛି ସ୍ପଷ୍ଟ ହେବ ବୋଲି ଲୋକେ ମଧ୍ୟ ଭାବୁଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ବୈଠକରେ କିଛି ଆଲୋଚନା ହୋଇ ନ ଥିବା କୁହାଯାଉଛି। ବିଜେପି କହୁଛି, କେନ୍ଦ୍ରୀୟ ନିଷ୍ପତ୍ତି ହେବ ଫାଇନାଲ । ବିଜେଡି ମଧ୍ୟ ସମାନ କଥା ଦୋହରାଉଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ ଉପରେ ସବୁକିଛି ଛାଡ଼ି ଦେଇଛି । ମେଣ୍ଟଚର୍ଚ୍ଚା ଭିତରେ ଗତକାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ବସିଥିଲା ।

ଯେଉଁଥିରେ ଯୋଗ ଦେଇଥିଲେ, ଦଳର ତୁଙ୍ଗ ନେତା । ତେବେ ବୈଠକରେ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇଛି କି ନାହିଁ, ମେଣ୍ଟକୁ ନେଇ ଦଳର ଆଭିମୁଖ୍ୟ କଣ ରହିଛି, ସେ ସଂପର୍କରେ କିଛି କହିନଥିଲେ ନେତା । ଆଗାମୀ ନିର୍ବାଚନ ନେଇ ପର୍ୟ୍ୟବେକ୍ଷକଙ୍କ ସହ ଦଳର ସୁପ୍ରିମୋ ଆଲୋଚନା କରିଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଜେଡି ଉପସଭାପତି ଦେବୀ ମିଶ୍ର । ଦିନେ କିମ୍ବା ଦୁଇ ଦିନ ଭିତରେ ସାଧାରଣ ନିର୍ବାଚନ ପାଇଁ ଆସିପାରେ ତାରିଖ । ନିର୍ବାଚନ କମିଶନର କୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା କରିପାରନ୍ତି । କିନ୍ତୁ ଓଡ଼ିଶା ରାଜନୀତିରେ ଚାଲିଥିବା ମେଣ୍ଟ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର  🔴 ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, OCS ନିୟମରେ ପରିବର୍ତ୍ତନ 🔴 ପତାକା ଉତ୍ତୋଳନ ବେଳେ ଅଘଟଣ 🔴 ଗଲ୍ଫ ଓଡ଼ିଆ ଆସୋସିଏସନର ନବମ ବାର୍ଷିକ ଉତ୍ସବ ପାଳିତ 🔴 ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ 🔴 ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଉ ଛୋଟ ସ୍ବପ୍ନ ଦେଖିଲେ ଚଳିବନି….ବଡ଼ ସ୍ବପ୍ନ ଦେଖିବାକୁ ହେବ: ପ୍ରଧାନମନ୍ତ୍ରୀ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ..