‘ରାଧେ’ ପାଇଁ ଧନ୍ୟବାଦ ଦେଲେ ସଲମାନ: ଦର୍ଶକ ଦେଲେ ଗାଳି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ପ୍ରତିବର୍ଷ ଇଦରେ ସଲମାନ ଖାନ ନିଜ ଦର୍ଶକମାନଙ୍କ ପାଇଁ ନେଇ ଆସିଥାନ୍ତି ନୂଆ ଫିଲ୍ମ । ଚଳିତବର୍ଷ କରୋନା କାରଣରୁ ଫିଲ୍ମ ହଲଗୁଡ଼ିକ ବନ୍ଦ ରହିଛି । ତେଣୁ ଓଟିଟି ପ୍ଲାଟଫର୍ମରେ ସଲମାନଙ୍କ ଫିଲ୍ମ ‘ରାଧେ’ ରିଲିଜ କରାଯାଇଥିଲା । ଫିଲ୍ମ ରିଲିଜ ହେବାର ଗୋଟିଏ ଦିନରେ ହିଁ ଦର୍ଶକ ଏହାକୁ ନାପସନ୍ଦ କରିଥିଲେ ।

ସୁପର ଫ୍ଲପ ହୋଇଥିଲା ଫିଲ୍ମ ‘ରାଧେ’ । ତେବେ ଏହା ପରଦିନ ହିଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରି ସଲମାନ ଖାନ ଲେଖିଥିଲେ ଯେ, ‘ରାଧେ’ ହେଉଛି ଗୋଟିଏ ଦିନରେ ତାଙ୍କର ସବୁଠାରୁ ଅଧିକ ଥର ଦେଖାଯାଇଥିବା ଫିଲ୍ମ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ୟୁଜର୍ସମାନେ ତାଙ୍କୁ ଗାଳି ଦେବାକୁ ମଧ୍ୟ ପଛାଇ ନାହାନ୍ତି । ଫିଲ୍ମ ଫ୍ଲପ ହୋଇଥିବା କଥା ବହୁ ୟୁଜର୍ସ କହିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି “ଜୀବନର ସବୁଠାରୁ ଖରାପ ମୁଭି ଦେଖିଲି ତାହା ହେଉଛି ‘ରାଧେ’” । ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି “ଆପଣଙ୍କଠାରୁ ଏହା ଆଶା କରାଯାଇ ନଥିଲା, ମୁଁ ଓ ମୋ ପରିବାର ଏହି ଫିଲ୍ମକୁ ବୟକଟ କରୁଛୁ” । ସେପଟେ ପ୍ରଭୁ ଦେବାଙ୍କ ସହ ଫିଲ୍ମ ନକରିବାକୁ ମଧ୍ୟ କିଛି ୟୁଜର୍ସ ପରାମର୍ଶ ସ୍ୱରୂପ କମେଣ୍ଟରେ ଲେଖିଛନ୍ତି । ୨.୧ ଷ୍ଟାର ରେଟିଂକୁ ନେଇ ମଧ୍ୟ ସଲମାନ ଖାନଙ୍କୁ ଟ୍ରୋଲ କରିଛନ୍ତି କିଛି ୟୁଜର୍ସ । ଏହାଛଡ଼ା ସଲମାନ ଖାନଙ୍କର ଏହି ପୋଷ୍ଟରେ ଦିଆଯାଇଥିବା ତଥ୍ୟକୁ ମିଥ୍ୟା କହି ଏହାକୁ ସବୁଠାରୁ ଖରାପ ଫିଲ୍ମ କହିଛନ୍ତି କିଛି ୟୁଜର୍ସ ।

“ଚଳଚ୍ଚିତ୍ରରେ ନା ଭଲ ସିନ ରହିଛି, ନା ଭଲ ସ୍କ୍ରିପ୍ଟ ପ୍ରତ୍ୟେକ ଚଳଚ୍ଚିତ୍ରକୁ ସଲମାନ ଖାନ ଗୋଟିଏ ମୁଭିକୁ ନେଇ ହିଁ କରିଥାନ୍ତି” । ଏପରି ଅନେକ ୟୁଜର୍ସ ସଲମାନ ଖାନଙ୍କୁ ଟ୍ରୋଲ କରିଛନ୍ତି । ହଜାର ହଜାର ସଂଖ୍ୟାରେ ସଲମାନଙ୍କ ଫିଲ୍ମ ‘ରାଧେ’କୁ ଟ୍ରୋଲ କରାଯାଉଥିବା ବେଳେ ଏହାର ରେଟିଂ ବର୍ତ୍ତମାନ ୧.୭ଷ୍ଟାରରେ ପହଞ୍ଚିଛି । ଏହି ଫିଲ୍ମ ସଲମାନ ଖାନ କରିଥିବା ସମସ୍ତ ଫିଲ୍ମ ମଧ୍ୟରୁ ସବୁଠାରୁ କମ ରେଟିଂ ପାଇଥିବା ଫିଲ୍ମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ