Masthead

ପ୍ରତିଶୋଧ ନେଲା ଭାରତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବିରାଟଙ୍କ ଅନୁପସ୍ଥିତିରେ ଭାରତର ବିରାଟ ବିଜୟ । ମେଲବର୍ଣ୍ଣରେ ଇତିହାସ ସୃଷ୍ଟି କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେଇଛି ଭାରତ । ନୂଆ ବର୍ଷରେ କ୍ରିକେଟ ପ୍ରଶଂସକଙ୍କୁ ସର୍ବୋତ୍ତମ ଉପହାର ପ୍ରଦାନ କରିଛି ଟିମ୍ ଇଣ୍ଡିଆ । କଙ୍ଗାରୁକୁ ଦ୍ୱିତୀୟ ଟେଷ୍ଟରେ ୮ ୱିକେଟରେ ପରାସ୍ତ କରିଛି ଭାରତ । ପ୍ରଥମ ଟେଷ୍ଟରେ ଭାରତକୁ ଅଷ୍ଟ୍ରେଲିଆ ୮ ୱିକଟେରେ କରିଥିଲା ପରାସ୍ତ । ଆଜି ସେହି ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଦ୍ୱିତୀୟ ଟେଷ୍ଟରେ କଙ୍ଗାରୁକୁ ମଧ୍ୟ ୮ ୱିକେଟରେ ପରାସ୍ତ କରିଛି ଭାରତ । ମେଲବର୍ଣ୍ଣରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ରାହାଣେଙ୍କ ଶତକ ଓ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଭାରତକୁ ଏହି ବର୍ଡର ଗାଭାସ୍କର ସିରିଜରେ ୧-୧ରେ ବରାବର କରିଛି ।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ ହୋଇ ମ୍ୟାଚରେ ହୋଇଥିଲା ପରାସ୍ତ । ଏହାର ଠିକ ୩ ଦିନ ପରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରି ଇତିହାସ ସୃଷ୍ଟି କରିଛି ଭାରତ । ୨୦୧୮ରେ ମେଲବର୍ଣ୍ଣରେ ବିରାଟଙ୍କ ନେତୃତ୍ୱରେ ଜିତିଥିବା ଭାରତ ଆଜି ରାହାଣେଙ୍କ ନେତୃତ୍ୱରେ ଇତିହାସକୁ ଦୋହରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା