Masthead

ଏପ୍ରିଲ ୧୦ରୁ ଆମେରିକା-ଭାରତ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ସହ ମିଶି ସମରାଭ୍ୟାସ କରିବ ଭାରତୀୟ ବାୟୁସେନା । ଏପ୍ରିଲ ୧୦ରୁ ୨୧ ପର୍ଯ୍ୟନ୍ତ ସମରାଭ୍ୟାସ କରାଯିବ । ସାମ୍ପ୍ରତିକ ସମୟରେ ଭାରତ ଏବଂ ଆମେରିକା ବହୁତ ନିକଟତର ହୋଇଛନ୍ତି। ରଣନୀତିକ କ୍ଷେତ୍ରରେ ମଧ୍ୟ ଏହି ସହଯୋଗ ବିସ୍ତାର ହେଉଛି। ଭାରତୀୟ ବାୟୁସେନା ବର୍ତ୍ତମାନ ପଶ୍ଚିମବଙ୍ଗର କାଲାଇକୁଣ୍ଡା ଏୟାରବେସରେ ଆମେରିକାର ବାୟୁସେନା ସହିତ ମିଳିତ ସମରାଭ୍ୟାସ କରିବ। ପର୍ୟ୍ୟବେକ୍ଷକ ଭାବରେ ଜାପାନ ମଧ୍ୟ ଏହି ସମରାଭ୍ୟାସରେ ଅଂଶଗ୍ରହଣ କରିବ । ଚାଇନାର ମୁକାବିଲା ପାଇଁ ଏଭଳି ମିଳିତ ସମରାଭ୍ୟାସ କରାଯାଉଥିବା କୁହାଯାଉଛି।

ଭାରତ ଏବଂ ଆମେରିକାର ବାୟୁସେନା ମଧ୍ୟରେ ଏହି ଅଭ୍ୟାସକୁ କୋପ ଇଣ୍ଡିଆ ନାମରେ ନାମିତ କରାଯାଇଛି ଏବଂ ଏହା ୧୦ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ହେବ। ଏହି ସମରାଭ୍ୟାସରେ ଉଭୟ ଦେଶର ବାୟୁସେନାର କାର୍ଯ୍ୟକ୍ଷମତା ବୃଦ୍ଧି ହେବା ସହିତ ଏବଂ ଉଭୟଙ୍କ ମଧ୍ୟରେ ଆବଶ୍ୟକ ସୂଚନା ଆଦାନପ୍ରଦାନ ବୃଦ୍ଧି କରିବ। ଏଥିରେ ଭାରତୀୟ ବାୟୁସେନା ଏହାର ଯୁଦ୍ଧ ବିମାନ ରାଫାଲ, ସୁଖୋଇ ୩୦ ଏମକେ, ତେଜସ ଯୁଦ୍ଧ ବିମାନ ଏବଂ ଭାରତରେ ନିର୍ମିତ ଚେତାବନୀ ପ୍ରଣାଳୀ, ସି -୧୭ ଗ୍ଲୋବାମାଷ୍ଟର -୨ ଏବଂ ଏୟାର-ଟୁ-ଏୟାର ଯୁଦ୍ଧ ବିମାନରେ ଇନ୍ଧନ ଭର୍ତ୍ତି କାର୍ୟ୍ୟ ସମ୍ପନ୍ନ ହେବ। ସମରାଭ୍ୟାସରେ ଆମେରିକା ଏହାର ଅତ୍ୟାଧୁନିକ ଏଫ-୧୫ ଷ୍ଟ୍ରାଇକ ଇଗଲ ଜେଟର ବ୍ୟବହାର କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର