Masthead

ଜାପାନୀ ଟେକ୍ନୋଲୋଜି ବ୍ୟବହାର କରି ଓଡ଼ିଶାବାସୀ ଲାଭବାନ ହେବେ: ଦେବୀ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ଲଗାତାର ଭାରତ ବର୍ଷରେ ତିନୋଟି ରାଜ୍ୟ ସଫଳତା ପାଉଛି । ତାହାରି ଭିତରେ ଓଡ଼ିଶା ରହିଛି। ମୁଖ୍ୟମନ୍ତ୍ରୀ ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରୋଡ ଶୋ କରିଛନ୍ତି । ନିବେଶକଙ୍କୁ ରାଜ୍ୟକୁ ଆମନ୍ତ୍ରଣ କରିଛନ୍ତି। ଦୁବାଇ ବି ଯାଇଥିଲେ। ଟିମ ଓଡ଼ିଶା ଜାପାନ ଯିବା ଦ୍ୱାରା ଗୁରୁତ୍ଵ ନିଶ୍ଚିନ୍ତ ରହିବ। ଜାପାନ ଓ ଓଡ଼ିଶା ଭିତରେ ବୁଦ୍ଧିଷ୍ଟ ଲିଙ୍କ ଅଛି। ମହାଜାନ ଓ ଦିପନ ବୌଦ୍ଧ ସଙ୍ଘ ଓଡ଼ିଶା ସହ ମଧ୍ୟ ଲିଙ୍କ ଅଛି। ଓଡ଼ିଶା ସାଉଥ୍ ଏସିଆ ଓ ଇଷ୍ଟ ଏସିଆର ଗେଟୱେ।

ରାଜ୍ୟରେ ଯେଉଁ ଯୋଗ୍ରାଫିକାଲ ଲୋକେସନ ରହିଛି, ତାହା ଜାପାନୀ ପୁଞ୍ଜିନିବେଶକ ସାଉଥ ଏସିଆକୁ ବେଶ କରି ନିଜର ଗ୍ରୋଥ କରିପାରିବେ। ଓଡ଼ିଶାରେ ଲ୍ୟାଣ୍ଡଠୁ ନେଇ ପ୍ରାକୃତିକ ସମ୍ଭଳ ଭରପୂର ରହିଛି। ଜାପାନୀମାନଙ୍କର ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରି ଓଡ଼ିଶାବାସୀ ଲାଭବାନ ହୋଇପାରିବେ। ଓଡ଼ିଶାକୁ ଜାପାନୀ ନିବେଶକ ଆସିଲେ ସେମାନଙ୍କର ପୁଞ୍ଜି ବୃଦ୍ଧି ହୋଇପାରିବ। ଓଡ଼ିଶାରେ ଉନ୍ନତ ସାଂସ୍କୃତିକ ପରମ୍ପରା ରହିଛି। ଜାପାନୀ ପୁଞ୍ଜିନିବେଶକାରୀ ଅନ୍ୟ ରାଜ୍ୟ ସହ କମ୍ପାୟର କରି ମଧ୍ୟ ଦେଖିଛନ୍ତି। ଅନ୍ୟ ସେକ୍ଟରରେ ଜାପାନର ଅନେକ କମ୍ପାନୀ ରାଜ୍ୟରେ କାମ କରିଛନ୍ତି। ବଡ଼ ବଡ଼ କମ୍ପାନୀ ରାଜ୍ୟରେ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା