Masthead

ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଡେମୋ ଦେଖାଇଲା ଭାରତୀୟ ସେନା । କେମିତି ଧ୍ୱଂସ କରିଥିଲା ପାକିସ୍ତାନର ଡ୍ରୋନ । ପହଲଗାମ ହମଲ ପରେ ବିଚଳିତ ହୋଇଥିଲା ପାକିସ୍ତାନ । ଭାରତର ଅନେକ ସହର ଧ୍ୱଂସ କରିବା ଲକ୍ଷ୍ୟରେ କରିଥିଲା ଘନ ଘନ ମିସାଇଲ ଓ ଡ୍ରୋନ ଆଟାକ । ଆଉ ତାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ଇଣ୍ଡିଆ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ବିଫଳ କରିଥିଲା । ତେବେ ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପାକିସ୍ତାନର ଟାର୍ଗେଟ ଥିଲା ଅମୃତସରର ସ୍ୱର୍ଣ୍ଣ ମନ୍ଦିର । ପଞ୍ଜାବର ଅମୃତସହର ଥିବା ସ୍ୱର୍ଣ୍ଣ ମନ୍ଦରରକୁ ଧ୍ୱଂସ କରିବା ଲକ୍ଷ୍ୟରେ ରଚିଥିଲା ପ୍ଲାନ । ହେଲେ କବଚ ପାଲଟିଥିଲା ଭାରତୀୟ ବ୍ୟବସ୍ଥା । ସ୍ୱର୍ଣ୍ଣ ମନ୍ଦିରକୁ ଦେଇଥିଲା ସୁରକ୍ଷା । ଆକାଶ ମିସାଇଲ ଓ ଏଲ-୭୦ ଏୟାର ଡିଫେନ୍ସ ଗନ ପାକିସ୍ତାନ ପଟୁ ଆସିଥିବା ମିସାଇଲ ଓ ଡ୍ରୋନକୁ ଅକାମୀ କରିଦେଇଥିଲା ।

ତେବେ କେମିତି କାମ କରିଥିଲା ଏୟାର ଡିପେନ୍ସ ସିଷ୍ଟମ ଯାହାର ଡେମୋ ଦେଖାଇଛି ସେନା । ଅପରେସନ ସିନ୍ଦୂର ପରେ ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା କରି ସଜାଗ ରହିଥିଲା ସେନା । ସୀମାବର୍ତ୍ତୀ ସହର ଗୁଡିକରେ ଆକ୍ଟିଭ ରହିଥିଲା ଏୟାର ଡିଫେନ୍ସ ସିଷ୍ଟମ । ଆଉ ଯେତେବେଳେ ପାକିସ୍ତାନର ଡ୍ରୋନ୍ ଓ ମିସାଇଲ ଭାରତର ବିଭିନ୍ନ ସହର ଉପରେ ଆଟାକ ହୋଇଥିଲା କମାଲ ଦେଖାଇଥିଲା ଆକାଶ ଓ ଏୟାର ଡିଫେନ୍ସ ଗନ୍ । ପାକିସ୍ତାନର ସବୁ ମିସାଇଲ ଓ ଡ୍ରୋନକୁ ଚିତପଟାଙ୍ଗ କରିଦେଇଥିଲା । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ନିରିହ ଲୋକଙ୍କ ଜୀବନ ଯାଇଥିଲା । ଭାରତ ମେ ୭ ରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀରରେ ପ୍ରମୁଖ ଆତଙ୍କବାଦୀକୁ ଟାର୍ଗେଟ କରି ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଜବାବ ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ