Masthead

ଅକ୍ଷୟ: ସୃଷ୍ଟି ଓ ସ୍ୱର ଯାହାର ପରିଚୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତି । ଲୋକଙ୍କ ମୁଖରେ ଖୋକା ଭାଇ ନାମରେ ସେ ବେଶ୍ ପରିଚିତ । ୧୯୩୭ ମସିହାରେ ଆଜିର ଦିନରେ ବାପା ବିଚିତ୍ରା ନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣଙ୍କ କୋଳମଣ୍ଡନ କରିଥିଲେ ଏହି ମହାନ୍ ଗାୟକ ଅକ୍ଷୟ । ଗୀତପ୍ରତି ଥିଲା ତାଙ୍କର ସମର୍ପଣଭାବ । ଖୋକା ଭାଇ ଏକାଧାରରେ ଜଣେ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ତାଙ୍କୁ ଆଧୁନିକ ଓଡ଼ିଆ ସୁଗମ ସଙ୍ଗୀତର ଜନକ ବୋଲି କୁହାଯାଏ ।

୧୯୪୮ରୁ ସେ ଶିଶୁ କଳାକାର ଭାବେ କଟକ ଆକାଶବାଣୀ କେନ୍ଦ୍ରରେ କଣ୍ଠଦାନ କରିଥିଲେ । ୧୨୯ଟି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ‘ଯାଯାବର’, ‘କୃଷ୍ଣଚୁଡା ରଙ୍ଗ ତୁମ ମନ୍ଦ ନୁହେଁ’, ‘ପୂଣ୍ୟର ନଦୀ ତୀରେ’ ଆଜି ବି ଲୋକେ ଗୁଣଗୁଣାନ୍ତି ।

ଅକ୍ଷୟ,ଷ୍ଟୁଆର୍ଟରୁ ଆଇଏସସି, ରେଭେନ୍ସାରୁ ବିଏ, ମଧୁସୂଦନ ଲ’ କଲେଜରେ ଆଇନ ମଧ୍ୟ ପଢ଼ିଛନ୍ତି । କିନ୍ତୁ ସେ ସଙ୍ଗୀତ ଶିକ୍ଷା ନେଇନଥିଲେ । ଆକାଶବାଣୀରେ ପ୍ରଥମେ ଚାକିରି କରିଥିଲେ । ୭ବର୍ଷ ପରେ ଚାକିରି ଛାଡି ଜୀବନବ୍ୟାପୀ ସଙ୍ଗୀତକୁ ଆପଣାର କରିନେଇଥିଲେ ।

ପେଟେଣ୍ଟ ମେଡ଼ିସିନ ଅକ୍ଷୟଙ୍କ ଆକାଶବାଣୀର ଶ୍ରେଷ୍ଠ ପୁରସ୍କୃତ ନାଟକ । ଜୟଦେବ ପୁରସ୍କାର, ବିଭିନ୍ନ ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର, ସିନେ କ୍ରିଟିକ ପୁରସ୍କାରରେ ମଣ୍ଡିତ ହୋଇଥିଲେ ଏହି ମହାନ ଗାୟକ ।

୩ଗୋଟି ଚଳଚ୍ଚିତ୍ରରେ ଅଭିନୟ, ଗୋଟିଏ ଚଳଚ୍ଚିତ୍ରରେ ସହ ନିର୍ଦେଶନା ଦେଇଛନ୍ତି । ସେ ୧୫ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ଖୋକା ଭାଇ । ‘ଆର୍ୟ୍ୟ ଦାସର ଇତି କଥା’ ତାଙ୍କର ସାରସ୍ୱତ ସୃଷ୍ଟି । ୧୯୬୭ରେ ପ୍ରବୀଣା ମହାନ୍ତିଙ୍କୁ ବିବାହ କରିଥିଲେ ଖୋକା ଭାଇ । ୨ପୁଅ,୨ଝିଅଙ୍କୁ ନେଇ ତାଙ୍କ ପରିବାର ।

୨୦୦୨ମସିହାରେ ଏହି ମହାନ କଳାକାର ଧରାପୃଷ୍ଠରୁ ବିଦାୟ ନେଇଥିଲେ ସତ, କିନ୍ତୁ ତାଙ୍କୁ ଅମର କରି ରଖିଛି ତାଙ୍କର ସୃଷ୍ଟି ଓ ସ୍ୱର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ