Masthead

ଅକ୍ଷୟ: ସୃଷ୍ଟି ଓ ସ୍ୱର ଯାହାର ପରିଚୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଆ ସଙ୍ଗୀତ ଦୁନିଆର ବେତାଜ ବାଦଶାହା ଅକ୍ଷୟ ମହାନ୍ତି । ଲୋକଙ୍କ ମୁଖରେ ଖୋକା ଭାଇ ନାମରେ ସେ ବେଶ୍ ପରିଚିତ । ୧୯୩୭ ମସିହାରେ ଆଜିର ଦିନରେ ବାପା ବିଚିତ୍ରା ନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣଙ୍କ କୋଳମଣ୍ଡନ କରିଥିଲେ ଏହି ମହାନ୍ ଗାୟକ ଅକ୍ଷୟ । ଗୀତପ୍ରତି ଥିଲା ତାଙ୍କର ସମର୍ପଣଭାବ । ଖୋକା ଭାଇ ଏକାଧାରରେ ଜଣେ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ତାଙ୍କୁ ଆଧୁନିକ ଓଡ଼ିଆ ସୁଗମ ସଙ୍ଗୀତର ଜନକ ବୋଲି କୁହାଯାଏ ।

୧୯୪୮ରୁ ସେ ଶିଶୁ କଳାକାର ଭାବେ କଟକ ଆକାଶବାଣୀ କେନ୍ଦ୍ରରେ କଣ୍ଠଦାନ କରିଥିଲେ । ୧୨୯ଟି ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି । ‘ଯାଯାବର’, ‘କୃଷ୍ଣଚୁଡା ରଙ୍ଗ ତୁମ ମନ୍ଦ ନୁହେଁ’, ‘ପୂଣ୍ୟର ନଦୀ ତୀରେ’ ଆଜି ବି ଲୋକେ ଗୁଣଗୁଣାନ୍ତି ।

ଅକ୍ଷୟ,ଷ୍ଟୁଆର୍ଟରୁ ଆଇଏସସି, ରେଭେନ୍ସାରୁ ବିଏ, ମଧୁସୂଦନ ଲ’ କଲେଜରେ ଆଇନ ମଧ୍ୟ ପଢ଼ିଛନ୍ତି । କିନ୍ତୁ ସେ ସଙ୍ଗୀତ ଶିକ୍ଷା ନେଇନଥିଲେ । ଆକାଶବାଣୀରେ ପ୍ରଥମେ ଚାକିରି କରିଥିଲେ । ୭ବର୍ଷ ପରେ ଚାକିରି ଛାଡି ଜୀବନବ୍ୟାପୀ ସଙ୍ଗୀତକୁ ଆପଣାର କରିନେଇଥିଲେ ।

ପେଟେଣ୍ଟ ମେଡ଼ିସିନ ଅକ୍ଷୟଙ୍କ ଆକାଶବାଣୀର ଶ୍ରେଷ୍ଠ ପୁରସ୍କୃତ ନାଟକ । ଜୟଦେବ ପୁରସ୍କାର, ବିଭିନ୍ନ ରାଜ୍ୟ ପୁରସ୍କାର, ରାଜ୍ୟ ସଙ୍ଗୀତକାର ପୁରସ୍କାର, ସିନେ କ୍ରିଟିକ ପୁରସ୍କାରରେ ମଣ୍ଡିତ ହୋଇଥିଲେ ଏହି ମହାନ ଗାୟକ ।

୩ଗୋଟି ଚଳଚ୍ଚିତ୍ରରେ ଅଭିନୟ, ଗୋଟିଏ ଚଳଚ୍ଚିତ୍ରରେ ସହ ନିର୍ଦେଶନା ଦେଇଛନ୍ତି । ସେ ୧୫ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ଖୋକା ଭାଇ । ‘ଆର୍ୟ୍ୟ ଦାସର ଇତି କଥା’ ତାଙ୍କର ସାରସ୍ୱତ ସୃଷ୍ଟି । ୧୯୬୭ରେ ପ୍ରବୀଣା ମହାନ୍ତିଙ୍କୁ ବିବାହ କରିଥିଲେ ଖୋକା ଭାଇ । ୨ପୁଅ,୨ଝିଅଙ୍କୁ ନେଇ ତାଙ୍କ ପରିବାର ।

୨୦୦୨ମସିହାରେ ଏହି ମହାନ କଳାକାର ଧରାପୃଷ୍ଠରୁ ବିଦାୟ ନେଇଥିଲେ ସତ, କିନ୍ତୁ ତାଙ୍କୁ ଅମର କରି ରଖିଛି ତାଙ୍କର ସୃଷ୍ଟି ଓ ସ୍ୱର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ