ଜି-୨୦ ସମ୍ମିଳନୀରେ ଭାରତୀୟ ଶାଢୀ

ନୂଆଦିଳ୍ଲୀ(ବଡ଼ ଖବର ବ୍ୟୁରୋ): ଜି-୨୦ ସମ୍ମିଳନୀରେ ଭାରତୀୟ ପରମ୍ପରା ଓ ଐତିହ୍ୟର ଅନେକ ଆଦର ଦେଖିବାକୁ ମିଳିଛି । ସିଏ ତେଣିକି କୋଣାର୍କ ଚକ୍ର ହେଉ କି ଡାଲଖାଇ ନାଚ । ଆଉ ଏଥିରୁ ବାଦ ପଡିନି ଭାରତୀୟ ଶାଢୀ । ଯାହା ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ । ଅନ୍ୟ ପୋଷାକ ଅପେକ୍ଷା ଜଣେ ନାରୀ ଶାଢୀରେ ବେଶୀ ସୁନ୍ଦର ଦେଖାଯାଇଥାଏ ।

ଆଏ ଏହି ଶାଢୀର ଆଦର ଜି-୨୦ ସମ୍ମିଳନୀରେ ମଧ୍ୟ ଦେଖିବାକୁ ପଡିଛି । ଅନେକ ରାଷ୍ଟ୍ରନେତାଙ୍କ ପତ୍ନୀ ତଥା ଅନ୍ୟ ମହିଳା ଅଧିକାରୀ ମାନେ ଜି-୨୦ ଶିଖର ସମ୍ମିଳନୀର ରାତ୍ରି ଭୋଜନରେ ଭାରତୀୟ ଶାଢୀ ପରିଧାନ କରିଥିବା ନଜର ଆସିଥିଲେ । ଜାପାନ, ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀକୁ ଶାଢୀ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ମଧ୍ୟ ଶାଢୀ ପିନ୍ଧିଥିଲେ ।

ଏହା ବ୍ୟତୀତ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କ ପତ୍ନୀକୁ ମଧ୍ୟ ଶାଢୀରେ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଏହି ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ୟୁକୋ କିଶିଦା ମଧ୍ୟ ଶାଢୀ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଆଇଏମଏଫର ପ୍ରଥମ ମହିଳା ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଜୀତା ଗୋପୀନାଥଙ୍କୁ ମଧ୍ୟ ଶାଢୀରେ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ