Masthead

ଜି-୨୦ ସମ୍ମିଳନୀରେ ଭାରତୀୟ ଶାଢୀ

ନୂଆଦିଳ୍ଲୀ(ବଡ଼ ଖବର ବ୍ୟୁରୋ): ଜି-୨୦ ସମ୍ମିଳନୀରେ ଭାରତୀୟ ପରମ୍ପରା ଓ ଐତିହ୍ୟର ଅନେକ ଆଦର ଦେଖିବାକୁ ମିଳିଛି । ସିଏ ତେଣିକି କୋଣାର୍କ ଚକ୍ର ହେଉ କି ଡାଲଖାଇ ନାଚ । ଆଉ ଏଥିରୁ ବାଦ ପଡିନି ଭାରତୀୟ ଶାଢୀ । ଯାହା ଭାରତୀୟ ମହିଳାଙ୍କ ପାରମ୍ପରିକ ପରିଧାନ । ଅନ୍ୟ ପୋଷାକ ଅପେକ୍ଷା ଜଣେ ନାରୀ ଶାଢୀରେ ବେଶୀ ସୁନ୍ଦର ଦେଖାଯାଇଥାଏ ।

ଆଏ ଏହି ଶାଢୀର ଆଦର ଜି-୨୦ ସମ୍ମିଳନୀରେ ମଧ୍ୟ ଦେଖିବାକୁ ପଡିଛି । ଅନେକ ରାଷ୍ଟ୍ରନେତାଙ୍କ ପତ୍ନୀ ତଥା ଅନ୍ୟ ମହିଳା ଅଧିକାରୀ ମାନେ ଜି-୨୦ ଶିଖର ସମ୍ମିଳନୀର ରାତ୍ରି ଭୋଜନରେ ଭାରତୀୟ ଶାଢୀ ପରିଧାନ କରିଥିବା ନଜର ଆସିଥିଲେ । ଜାପାନ, ମରିଶସ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀକୁ ଶାଢୀ ପରିଧାନ କରିଥିବାର ଦେଖିବାକୁ ମିଳିଥିଲା । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ମଧ୍ୟ ଶାଢୀ ପିନ୍ଧିଥିଲେ ।

ଏହା ବ୍ୟତୀତ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କ ପତ୍ନୀକୁ ମଧ୍ୟ ଶାଢୀରେ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତିଙ୍କ ଏହି ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ୟୁକୋ କିଶିଦା ମଧ୍ୟ ଶାଢୀ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାସହ ଆଇଏମଏଫର ପ୍ରଥମ ମହିଳା ଡେପୁଟି ମ୍ୟାନେଜିଙ୍ଗ ଡାଇରେକ୍ଟର ଜୀତା ଗୋପୀନାଥଙ୍କୁ ମଧ୍ୟ ଶାଢୀରେ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ