Masthead

ଆଫଗାନ ସ୍ଥିତିକୁ ନେଇ ଭାରତର ନୂଆ ରଣନୀତି

(ବଡ଼ ଖବର ବ୍ୟୁରୋ): ତାଲିବାନ କବ୍ଚାରେ ଆଫଗାନ । ତାଲିବାନର ଅସଲ ଚେହେରା ସାରା ବିଶ୍ୱ ଦେଖିଆସୁଛି । ଆଫଗାନିସ୍ତାନକୁ ତାଲିବାନ କବ୍ଚା ପରେ ଆଫଗାନ ଜନସାଧାରଣ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ଆଫଗାନିସ୍ତନର ସମସ୍ତ ପ୍ରଦେଶ ଦଖଲ କରିବା ପରେ ତାଲିବାନ ନୂଆ ସରକାର ଗଠନ କରିଛି । ବିଶେଷକରି ଆଫଗାନିସ୍ତାନର ଉନ୍ନତି ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ଦେଶମାନେ ଏବେ ଚିନ୍ତାରେ ରହିଛନ୍ତି ।

ଏ ସବୁ ଭିତରେ ଭାରତର ଆଗାମୀ ରଣନୀତି କ’ଣ ହେବ ସେ ନେଇ ପ୍ରସ୍ତୁତି ଚଳାଇଛି । ଏନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲା ତାଙ୍କ ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଛନ୍ତି ଏବଂ ରୁଷ୍ ଜାତୀୟ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପାତ୍ରୋସେଭଙ୍କୁ ଭେଟି ଆଫଗାନ ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏହାର ସୁଯୋଗ ନେବ ପାକିସ୍ତାନ, ଆଉ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ାଇବାକୁ ଚେଷ୍ଟା କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଆଫଗାନିସ୍ତାନରେ ତାଲିବାନ ଦଖଲ ଓ ଶାସନକୁ ଆସିବା ପରେ ଉଭୟ ଭାରତ ଓ ରୁଷ୍ ବିଶେଷ କିଛି ପ୍ରତିକ୍ରିୟା ରଖି ନାହାନ୍ତି । ଉଭୟ ଦେଶ “ୱେଟ୍ ଓ ୱାଚ୍’ ନୀତି ଆପଣେଇଥିବା ମଧ୍ୟ କିଛି ମାତ୍ରାରେ ଦେଖିବାକୁ ମିଳିଛି । ତାଲିବାନ ସରକାରକୁ ମଧ୍ୟ ସ୍ୱୀକୃତି ଦେବା ପ୍ରସଙ୍ଗରେ ମୋଦି ସରକାର ଓ ପୁତିନ ସରକାର ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି । ଆଗକୁ ତାଲିବାନ ସରକାରର ପଦକ୍ଷେପ, ପ୍ରତିଶ୍ରୁତି ରକ୍ଷା ଓ ଆଫଗାନିସ୍ତାନରେ ସ୍ଥିରତା ଲକ୍ଷ୍ୟ କରି ନିଷ୍ପତ୍ତି ନିଆଯିବ ବୋଲି ଉଭୟ ନୂଆଦିଲ୍ଲୀ ଓ ମସ୍କୋ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ