Masthead

ଉର୍ବଶୀ ପିଉଥିବା ପାଣିର ଦାମ କେତେ ଜାଣନ୍ତି….

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପାଣି ଯାହା ଆମ ଦୈନନ୍ଦିନ ଜୀବନରେ ଏକ ଅପରିହାର୍ଯ୍ୟ ଅଙ୍ଗ । ପାଣି ବିନା ମଣିଷ ବଞ୍ଚିରହିବା ଅସମ୍ଭବ । ଗୋଟିଏ ପଟେ ପାଣି ବଞ୍ଚିରହିବାର ମାଧ୍ୟମ ହୋଇଥିବା ବେଳେ ଏହି ପାଣି ବିନାଶର କାରଣ ମଧ୍ୟ ହୋଇଥାଏ । ଏହି ପାଣି ଯାହାକି ସାଧାରଣଠୁ ଅତି ସାଧାରଣ ଲୋକଙ୍କର ଆବଶ୍ୟକତା ହୋଇଥାଏ , ଯେତେବେଳେ ଜଣେ ଫିଜିକାଲି ଫିଟ୍ ଥିବା ବ୍ୟକ୍ତିଙ୍କୁ ପଚାରିବେ ତାଙ୍କ ଫିଟନେସ୍ ର ରାଜ କଣ , ସେ ଉତ୍ତରରେ ପାଣି ହିଁ କହିବେ । କେବେ ଭାବିଛନ୍ତି ଏହି ପାଣିକୁ ବଲିଉଡର ମିସ୍ ଦିଭା ମାନେ ଉର୍ବଶୀ ରୌତେଲା କେତେ ଟଙ୍କା ଦେଇ କିଣିଥାନ୍ତି ।

କେହି କେହି ନିଜ ଫିଟନେସ୍ ପାଇଁ ଏମିତି କିଛି କରନ୍ତି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ । ଦାମି ଦାମି ମେଡିସିନ୍, ପ୍ରୋଟିନ୍ ଏପରି ଅନେକ କିଛି ଏଫରର୍ଟ କରିଥାନ୍ତି । ତେବେ ହେଲଦି ଆଣ୍ଡ ଫିଟ ରହିବାର ମୁଖ୍ୟ ସୋର୍ସ ହଉଛି ପାଣି । ତେବେ ଏହି ପାଣିକୁ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସିନେ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଗରୁତ୍ୱ ଦେଇଥାନ୍ତି ।

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପିଉଥିବା ପାଣି ବୋତଲର ଦାମ୍ ଭାରତୀୟ ମୁଦ୍ରାରେ ୬ଶହ ଟଙ୍କା ବୋଲି ବହୁବାର ଚର୍ଚ୍ଚାକୁ ଆସିଛି। ଫ୍ରାନ୍ସରୁ ଆମଦାନୀ ହେଉଥିବା ଏହି ପାଣି ବିରାଟଙ୍କ ଫିଟନେସ ରାଜ ବୋଲି ଚର୍ଚ୍ଚା ହୁଏ। କିନ୍ତୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ୍ ସୁନ୍ଦରୀ ଉର୍ବଶୀ ରୌତେଲା ଏହି କ୍ଷେତ୍ରରେ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି।କାରଣ ଉର୍ବଶୀ ପାଣି ଲିଟର ର ମୁଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୪ହଜାର ଟଙ୍କା ହେବ। ସାଧାରଣତଃ ପାଣିର କୌଣସି ରଙ୍ଗ ନଥିବାବେଳେ ଉର୍ବଶୀ ପିଉଥିବା ପାଣିର ରଙ୍ଗ କଳା।

ଏହି ପାଣି ପିଇଲେ ଶରୀରର ପି.ଏଚ୍ ସନ୍ତୁଳନ ନିୟନ୍ତ୍ରଣରେ ରୁହେ। ତେବେ ପୂର୍ବରୁ ସେ ଏଭଳି ଦାମୀ ପାଣି ପିଉନଥିଲେ। ଏବେ ମହାମାରୀ କରୋନା ପରିପ୍ରେକ୍ଷୀରେ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସେ ଏହାକୁ ବ୍ୟବହାର କରୁଥିବା କୁହାଯାଉଛି। ସେହି ପରି ସେ କିଛି ଦିନ ତଳେ ଲକ୍ଷାଧିକ ଟଙ୍କାର ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଚକ୍ଷୁଶୀଳ ପାଲଟିଥିଲେ ଉର୍ବଶୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ