ପାକିସ୍ତାନର ଏୟାରଷ୍ଟ୍ରାଇକ, ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ ଘଟଣା । ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି । କାଲି ଆଫଗାନିସ୍ତାନର ବରମଲରେ ଏୟାରଷ୍ଟାଇକ କରିଥିଲା ପାକିସ୍ତାନ । ୪୬ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଥିବା ଜଣାପଡ଼ିଛି । ବରମଲର ମୁର୍ଗ ବଜାରରେ ପାକିସ୍ତାନୀ ବିମାନରୁ ବୋମା ମାଡ଼ ହୋଇଥିଲା । ମଙ୍ଗଳବାର ରାତି ଅଧିଆ ପଡୋଶୀ ଆଫଗାନିସ୍ତାନର କିଛି ତାଲିବାନ ଠିକଣା ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । ପାକିସ୍ତାନର ଏହି ଆକ୍ରମଣରେ ତାଲିବାନର ଅନେକ ଆଡ୍ଡା ନଷ୍ଟ ହୋଇଛି ।

ସୀମାବର୍ତ୍ତୀ ଅଞ୍ଚଳ ପାକ୍ତିକା ପ୍ରାନ୍ତର ବରମଲ ଜିଲ୍ଲାରେ ଏହି ଏୟାରଷ୍ଟ୍ରାଇକ କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଯୁଦ୍ଧବିମାନ ଏହି ଏୟାରଷ୍ଟ୍ରାଇକ କରିଛି । ଏହି ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି । ଏହି ଆକ୍ରମଣର ପ୍ରତି ଜବାବ ଦିଆଯିବ ବୋଲି ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି । ଯେକୌଣସି ସମୟରେ ପ୍ରତିଶୋଧ ନେବୁ ବୋଲି କହିଛନ୍ତି ତାଲିବାନ୍ ଆଗ୍ୟନ୍ତରୀଣ ମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!